

ଢେଙ୍କାନାଳ ଜିଲା କାମାକ୍ଷାନଗର ରେଙ୍ଗାଲି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବକେୟା ଅର୍ଥ ପ୍ରାପ୍ୟ ପାଇନଥିବାରୁ ସଂପୃକ୍ତ ଠିକା ସଂସ୍ଥା ଅର୍ଥ ପାଇଁ କୋଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟର ନିର୍ଦେଶ ମୁତାବକ ସୋମବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେଙ୍ଗାଳି ବାମ ବନ୍ଧ କେନାଲ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କୋଟ ପକ୍ଷରୁ ସିଲ କରାଯାଉଛି।
କଟକ କମର୍ସିଆଲ୍ କୋର୍ଟଙ୍କ କଡ଼ା ନିର୍ଦ୍ଦେଶକ୍ରମେ ସ୍ଥାନିୟ କୋର୍ଟ କର୍ମଚାରୀ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସିଲ୍ କରିଛନ୍ତି ।ମିଳିଥିବା ସୂଚନା ଅନୁଯାଇ ' ଏକ ଠିକା ସଂସ୍ଥା କାମାକ୍ଷାନଗର ଅଞ୍ଚଳରେ ୨୦୦୪ ମସିହାରେ ପ୍ରାୟ ୯ କୋଟି ଟଙ୍କାର କେନାଲ କାମ କରିବା ପାଇଁ ଚୁକ୍ତି କରିଥିଲା। ତେବେ କାମ ଚାଲିଥିବା ସମୟରେ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ସାଇଟ୍ ଯୋଗାଇ ଦିଆଯାଇ ନପାରିବାରୁ ବିଭାଗ ନିଜ ଆଡୁ କାମଟିକୁ ବନ୍ଦ କରିଦେଇଥିଲା। ଏହାସହ ଠିକାଦାରଙ୍କ ପ୍ରାପ୍ୟକୁ ମଧ୍ୟ ଅଟକାଇ ଦିଆଯାଇଥିଲା।
ଠିକାଦାର ଜଣକ ନିଜର ହକ୍ ପାଇଁ କୋର୍ଟ ର ସହାୟତା ନେଇଥିଲେ। ଯେଉଁଠାରେ କମ୍ପାନୀ କର୍ତ୍ତୃପକ୍ଷ ଦୁଇଟି କାମ ବାବଦକୁ ପ୍ରାୟ ୫୨ ଲକ୍ଷ ଏବଂ ୨୯ ଲକ୍ଷ ଟଙ୍କା ବକେୟା ରହିଥିଲା। ଯାହା ବର୍ତ୍ତମାନ ପ୍ରାୟ ସୁଧସହ ୩କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାକୁ ବିରୋଧ କରି ଜଳସେଚନ ବିଭାଗ, ଜିଲ୍ଲା କୋର୍ଟ, ହାଇକୋର୍ଟ ଏବଂ ପରିଶେଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସବୁଠି ସେମାନେ ବିଫଳ ହୋଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଭାଗ ଟଙ୍କା ପଇଠ ନକରିବାରୁ ମାମଲାଟି କଟକ କମର୍ସିଆଲ୍ କୋର୍ଟକୁ ଯାଇଥିଲା। ଦୁଇ ବର୍ଷ ଧରି ମାମଲା ଚାଲିବା ପରେ ଆଜି ଅଧିକାରୀଙ୍କ ଉପସ୍ଥିତିରେ ଏହି ଅଫିସଟିକୁ ଆଟାଚମେଣ୍ଟ ବା ସିଲ୍ କରାଯାଇଛି।

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.