

ଅଜଣା ଟ୍ରକ ଧକ୍କାରେ ବାପା ମୃତ ଓ ଝିଅ ଆହତ l
ଅନୁଗୋଳ ଜିଲ୍ଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୁଳ - ସମ୍ବଲପୁର ୫୫ନଂ ଜାତୀୟ ରାଜପଥରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଭଉଣୀ ପାଇଁ ସାବିତ୍ରୀ ଭାର ନେଇ ଯାଉଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ଭାଇର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ନାବାଳିକା ଝିଅ ଆହତ ହୋଇଛିନ୍ତି । ସୂଚନା ଯେ ଜରପଡା ଥାନା ଦୁଧିଆବେଡା ଗାଁର ଅନିଲ ପ୍ରଧାନ ଦୀର୍ଘ ଦିନ ହେବ ମୁଣ୍ଡା ସାହି ଠାରେ ସପରିବାର ରହୁଥିଲେ l ଆଜି ଅନୀଲ ଓ ତାଙ୍କ ନାବାଳିକା ଝିଅ ଆୟିସା ପ୍ରଧାନ ଏକ ମୋଟର ସାଇକେଲରେ ଭଉଣୀଘର କୁମଣ୍ଡ ଗାଁକୁ ସାବିତ୍ରୀ ଭାର ନେଇଯାଉଥିବା ବେଳେ ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ସାନ୍ତରାପୁର ଠାରେ ଏକ ଅଜଣା ଟ୍ରକ ଧକ୍କାରେ ଘଟଣା ସ୍ଥଳରେ ଅନିଲଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ଆୟିସା ସାମାନ୍ୟ ଆହତ ହୋଇଛନ୍ତି । ଏନେଇ ଘଟଣା ସ୍ଥଳରେ କ୍ଷତିପୂରଣ ଦାବିରେ ତୀବ୍ର ଉତ୍ତେଜନା ଦେଖା ଦେବା ସହିତ ସ୍ଥାନୀୟ ଲୋକ ଓ ସମ୍ପର୍କୀୟ ମାନେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ l ଜରପଡା ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ଏନେଇ ପରିସ୍ଥିତି ଶାନ୍ତ ପଡିଥିଲା l ଏନେଇ ମୃତକଙ୍କ ଭାଇ ଅରୁଣ ପ୍ରଧାନ ଜରପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିତ୍ତି କରି ପୋଲିସ ଥାନା କେସ ନଂ ୨୨୭/ ୨୬ରେ ଏକ ମାମଲା ରୁଜୁ କରିବା ସହିତ ଶବକୁ ଜବତ କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇବା ପରେ ଶବକୁ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ଫେରାର ଟ୍ରକକୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ଜରପଡା ଥାନା ଅଧିକାରୀ ମନୋଜ ପ୍ରଧାନ ପ୍ରକାଶ କରିଛନ୍ତି l

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.