

ଏମିତି ବି ଆସେ ମୃତ୍ୟୁ, କ୍ରିକେଟ ଖେଳିବା ବେଳେ ଟଳି ପଡ଼ିଲେ ଯୁବକ
ଏମିତି ବି ଆସେ ମୃତ୍ୟୁ। କ୍ରିକେଟ୍ ଖେଳିବା ବେଳେ ଟଳି ପଡ଼ିଲେ ଯୁବକ। ମୃତକ ଯୁବକ ଜଣକ ହେଲେ ବଡସଡା ଗାଁ ର ସବୁଜ ବଳୟ ପ୍ରଧାନ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପାଳଲହଡା ବ୍ଲକ ଖମାର୍ ଥାନା ବଡସଡା ଗାଁ ଖେଳ ପଡ଼ିଆ ରେ। ସୂଚନା ମୁତାବକ ସେ ଡାକ ବିଭାଗ କର୍ମଚାରୀ । ଆଜି ରବିବାର ଥିବାରୁ ସେ ସାଙ୍ଗ ମାନଙ୍କ ସହିତ ଭୋଜି କରିବା ପରେ ଆସି ପଡିଆ ରେ କ୍ରିକେଟ ଖେଳିଥିଲେ। ବ୍ୟାଟିଂ କରୁଥିବା ସମୟରେ ଛାତି ରେ ସେ ହଠାତ୍ ଯନ୍ତ୍ରଣା ଅନୁଭବ କରିଥିଲେ ଓ ଚେତା ଶୂନ୍ୟ ହୋଇଯାଇଥିଲେ। ସେହି ଗୁରୁତର ଅବସ୍ଥା ରେ ତାଙ୍କୁ ଖମାର୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ଓ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅଞ୍ଚଳରେ ସେ ଜଣେ ଭଲ କ୍ରିକେଟ ଖେଳାଳି ହୋଇଥିବା ସହିତ ବହୁ ମେଳାପୀ ଯୁବକ ଜଣେ ଥିଲେ। ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.