Malyagiri Express
Home/ସର୍ବଶେଷ ଖବର/ନର ହନ୍ତା ଦନ୍ତା କୁ ଟ୍ରାଙ୍କୁଲାଇଜ କରି ସ୍ଥାନାନ୍ତର କଲା ବନବିଭାଗ

ନର ହନ୍ତା ଦନ୍ତା କୁ ଟ୍ରାଙ୍କୁଲାଇଜ କରି ସ୍ଥାନାନ୍ତର କଲା ବନବିଭାଗ

Malayagiri Express
Malayagiri ExpressJune 3, 2026in ସର୍ବଶେଷ ଖବର
ନର ହନ୍ତା ଦନ୍ତା କୁ ଟ୍ରାଙ୍କୁଲାଇଜ କରି ସ୍ଥାନାନ୍ତର କଲା ବନବିଭାଗ
0 likes0 comments

ନର ହନ୍ତା ଦନ୍ତା କୁ ଟ୍ରାଙ୍କୁଲାଇଜ କରି ସ୍ଥାନାନ୍ତର କଲା ବନବିଭାଗ

ଅନୁଗୋଳ ବନଖଣ୍ଡ ଅନୁଗୋଳ ବନାଞ୍ଚଳ ଓ ବନ୍ତଳା ବନାଞ୍ଚଳର ବିଭିନ୍ନ ଗାଁରେ ପ୍ରାୟ ୨ ବର୍ଷ ଧରି ଭୟର ବାତାବରଣ ସୃଷ୍ଟି କରିବା ସହ ଆତଙ୍କ ରାଜ କରୁଥିଲା ଏହି ଏଟିନାଇନ ଗୋଟିକିଆ ଦନ୍ତା ହାତୀ । ହିଂସ୍ର ପାଲଟି ଯାଇଥିବା ଏହି ଗୋଟିକିଆ ଦନ୍ତାହାତୀ ଅଞ୍ଚଳରେ ବହୁ ଧନଜୀବନ ନଷ୍ଟ କରିଥିବା ବେଳେ, ଗୋଟିଏ ମାସରେ ଅନୁଗୋଳ ବ୍ଲକ ନନ୍ଦପୁର ପଞ୍ଚାୟତରେ କେବଳ ୫ ଜଣଙ୍କ ଜୀବନ ନେଇଥିଲା । ସେହିପରି ଶରଧାପୁର ଓ ନୂଆକ୍ଷେତା ଗାଁରେ ୨ଜଣଙ୍କ ଜୀବନ ନେଇଥିଲା । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ଘୋର ଅସନ୍ତୋଷ ସୃଷ୍ଟି ହୋଇଥିଲା । ହାତୀକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ନେଇ ବହୁଦିନ ଧରି ଅଞ୍ଚଳବାସୀ ଦାବି କରି ଆସୁଥିଲେ । ତେବେ ସାଧାରଣ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଉକ୍ତ ହାତୀର ସ୍ଥାନନ୍ତର ପାଇଁ ଗତ କିଛି ଦିନ ଧରି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ବୁଧବାର ସକାଳ ୬ଟାରୁ ବନବିଭାଗ ପକ୍ଷରୁ ଅନୁଗୋଳ ବନାଞ୍ଚଳ କରତପଟା ସେକ୍ସନ ନନ୍ଦପୁର ପଞ୍ଚାୟତ କୁସୁମପାଟ ଜଙ୍ଗଲରେ ଉକ୍ତ ହାତୀକୁ ଟ୍ରାଙ୍କୁ ଲାଇଜ କରିବା ପାଇଁ ଜୀଯାନ ଲଗାଇ ଦେଇଥିଲେ ନିୟୋଜିତ ଅଧିକାରୀ ଓ କର୍ମଚାରୀ ମାନେ । ଡ୍ରୋନ ସାହାଯ୍ୟରେ ହାତୀର ଗତି ବିଧି ଉପରେ ନଜର କରିବା ସହ ଦୀର୍ଘ ୯ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସଫଳତାର ସହ ଟ୍ରାଙ୍କୁଲାଇଜ କରାଯାଇ ସୁରକ୍ଷିତ ଭାବେ ଦିନ ୩ଟା ବେଳେ ଶିମିଳିପଡ଼ା ଅଭୟାରଣ୍ୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ଦେଇଛନ୍ତି ଅନୁଗୋଳ ଡିଏଫ୍ଓ ନିତିଶ କୁମାର । ଏଥିସହ ଟ୍ରାଙ୍କୁଲାଇଜ ପରେ ହାତୀ ସଂପୂର୍ଣ୍ଣ ସୁସ୍ଥ ଓ ସ୍ୱଭାବିକ ରହିଥିବା ପ୍ରକାଶ କରିଛନ୍ତି ଡିଏଫଓ । ଆଜିର ଏହି ସ୍ଥାନାନ୍ତରିତ ପ୍ରକିୟା ପାଇଁ ବନବିଭାଗ ପକ୍ଷରୁ କପିଳାସ, ନନ୍ଦନକାନନ ଓ ଅନୁଗୋଳର ରେସକ୍ୟୁ ରାପିଟ ଟିମକୁ ନିୟୋଜିତ କରାଯାଇଥିବା ବେଳେ, ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ରମେଶ ଚ଼ନ୍ଦ୍ର ପ୍ରଧାନ, ଡ. ପ୍ରଦୀପ୍ତ କୁମାର ସିଂ ନିୟୋଜିତ ହୋଇଥିଲେ। ଅନୁଗୋଳ ଡିଏଫଓ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆରସିସିଏଫ ସଞ୍ଜୟ ସ୍ୱାଇଁ,ଏସିଏଫ୍ ବିଦ୍ୟାସାଗର, ଅନୁଗୋଳ ରେଞ୍ଜର ଉଦ୍ଧବ ବେହେରା,ବନ୍ତଳା ରେଞ୍ଜର ପ୍ରଶନ୍ନ କୁମାର ସାହୁଙ୍କ ସମେତ ଦୁଇ ବନାଞ୍ଚଳର ଫରେଷ୍ଟର, ଗାର୍ଡ, ଗଜସାଥୀ,ହାତୀସ୍କ୍ଵାଡର ସଦସ୍ୟ ମାନେ ଉପସ୍ଥିତ ରହି ସଫଳତା ଓ ସୁରକ୍ଷା ସହ ହାତୀକୁ ଟ୍ରାଙ୍କୁଲାଇଜ ପରେ ସ୍ୱତନ୍ତ୍ର ଯାନ ଐରାବତ ଟ୍ରକରେ ଭର୍ତ୍ତିକରି ସ୍ଥାନାନ୍ତରିତ କରିଥିଲେ । ଆଜିର ଏହି ସ୍ଥାନାନ୍ତରିତ କାର୍ଯ୍ୟକ୍ରମ ବେଳେ, ଆଖ ପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲାବେଳେ,ହାତୀ ସ୍ଥାନନ୍ତରୀତ ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ସେମାନେ ପ୍ରକାଶ କରିଛନ୍ତି।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.