Malyagiri Express
Home/ଭାଇରାଲ୍ ନ୍ୟୁଜ୍/ଗରିବକୁ ସରକାରୀ ନିୟମ ଉପହାସ ,କଙ୍କାଳ ଆସିଲା ଟଙ୍କା ଉଠାଇ

ଗରିବକୁ ସରକାରୀ ନିୟମ ଉପହାସ ,କଙ୍କାଳ ଆସିଲା ଟଙ୍କା ଉଠାଇ

Malayagiri Express
Malayagiri ExpressApril 28, 2026in ଭାଇରାଲ୍ ନ୍ୟୁଜ୍
ଗରିବକୁ ସରକାରୀ ନିୟମ ଉପହାସ ,କଙ୍କାଳ ଆସିଲା ଟଙ୍କା ଉଠାଇ
0 likes0 comments

ବ୍ୟାଙ୍କ କୁ କଙ୍କାଳ ଆସିଲା ଟଙ୍କା ଉଠାଇବା ପାଇଁ। ଏକଥା ଆଶ୍ଚର୍ୟ୍ଯ ଲାଗୁଥିଲେ ବି ସତ। ଏ ଭଳି ଘଟଣା ଆସିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲ୍ଲୀପଶି ଗାଁରୁ।ଘଟଣାରୁ ପ୍ରକାଶ ମଲ୍ଲୀପଶି ଗ୍ରାମର ଜିତୁ ମୁଣ୍ଡାଙ୍କ ଭଉଣୀ କାଲରା ମୁଣ୍ଡାଙ୍କର ୨ ମାସ ତଳେ ମୃତ୍ୟୁବରଣ କରିଥିଲେ। ଭଉଣୀ ନାଁରେ ବ୍ୟାଙ୍କରେ ୧୯ ହଜାର ୩୦୦ ଟଙ୍କା ଅଛି। ଅପାଠୁଆ ଜିତୁ ବହୁତଥର ବ୍ୟାଙ୍କ ଦଉଡ଼ିଲେ ଟଙ୍କା ଉଠେଇବାକୁ। ବ୍ୟାଙ୍କ କର୍ମଚାରୀ କହିଲେ, ଯାହା ନାଁରେ ଖାତା, ସେ ନଆସିଲେ ହେବନି। ସେ ଆସି ଦସ୍ତଖତ କରି ଟଙ୍କା ଉଠାଇବେ। ଜିତୁ ଯେତେ କହିଲେ ଯେ ସେ ମରିଗଲାଣି, କେହି ବିଶ୍ୱାସ କଲେନି। ତେଣୁ ଅନ୍ୟ ଉପାୟ ନପାଇ, ସେ ୨ମାସ ତଳେ ମାଟିରେ ପୋତା ଯାଇଥିବା ମୃତ ଭଉଣୀର କଙ୍କାଳସାର ଶବକୁ ଧରି ବ୍ୟାଙ୍କରେ ପହଞ୍ଚିଲେ। ଏଇ ହେଉଛି ଆମ ସରକାରୀ ବ୍ୟବସ୍ଥା। ଜଣେ ଅଶିକ୍ଷିତ ଲୋକକୁ, ବ୍ୟାଙ୍କରେ ବସିଥିବା ଏକାଧିକ ଶିକ୍ଷିତ ବାବୁ ସାହାଯ୍ୟ କରିପାରିଲେ ନାହିଁ। ଏହି ଅଶିକ୍ଷିତ ଅସହାୟ ମଣିଷଟି ପାଇଁ, ସରକାରୀ ନିୟମ ଟିକେ ମୋଡ଼ି ଦେଇଥିଲେ କ’ଣ ଅସୁବିଧା ହୋଇଥାନ୍ତା? ଦୁର୍ନୀତି କଲାବେଳେ ତ ଆମେ ସରକାରୀ ନିୟମକୁ ଫୁ କରିଦେଉଛୁ। ଗରିବ ଲୋକଟିଏ ପାଇଁ କିନ୍ତୁ କରାଯାଇ ପାରିଲା ନାହିଁ।

# Odisha# Keonjhar
Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.