

ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ ଘଟଣାରେ ୫ ଜଣ ଡକାୟତ ଗିରଫ
ଛେଣ୍ଡିପଦା ଅନୁଗୁଳ ଜିଲ୍ଲା ନିଶା ଇଣ୍ଡଷ୍ଟ୍ରିଆଲ ଥାନା ଅଞ୍ଚଳରେ ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ଅସ୍ତ୍ର ଦେଖାଇ ଲୁଟ୍ କରିଥିବା ଅଭିଯୋଗରେ ୫ ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ନଗଦ ୩୦ ହଜାର ଟଙ୍କା, ମୋବାଇଲ, ଟ୍ୟାବ୍ ଓ ତରୱାଲ ଜବତ ହୋଇଛି। ଘଟଣାରେ ଜଣେ ନାବାଳକ ମଧ୍ୟ ସମ୍ପୃକ୍ତ। ଗତ ୧୭ ମାର୍ଚ୍ଚ ସନ୍ଧ୍ୟାରେ ଭାରତ ଫାଇନାନ୍ସ ଇନକ୍ଲୁଜନ୍ ଲିମିଟେଡର ବ୍ରାଞ୍ଚ ମ୍ୟାନେଜର ଜ୍ୟୋତିର୍ମୟ ସ୍ୱାଇଁ ନିଶା ଇଣ୍ଡଷ୍ଟ୍ରିଆଲ ଥାନା କାଳିଆକଟା ଓ କଙ୍କରେଇରୁ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ କାଳିଆକଟା ଜଙ୍ଗଲ ନିକଟରେ ୬ ଜଣ ଦୁର୍ବୃତ୍ତ ଖଡ୍ଗ ଦେଖାଇ ତାଙ୍କଠାରୁ ୫୫ ହଜାରରୁ ଅଧିକ ଟଙ୍କା, ତିନୋଟି ଟ୍ୟାବ୍, ଦୁଇଟି ମୋବାଇଲ ଓ ବାୟୋମେଟ୍ରିକ୍ ଡିଭାଇସ୍ ଲୁଟି ନେଇଥିଲେ। ନିଶା ଇଣ୍ଡଷ୍ଟ୍ରିଆଲ ଥାନାରେ କେସ୍ ନଂ ୯୭/୨୬ ରୁଜୁ ପରେ ଏସ୍.ଆଇ. ବିକାଶ ରଞ୍ଜନ ଗିରିଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ ରାମଡିହ ଗ୍ରାମର ସତ୍ୟାନନ୍ଦ ନାୟକ, କେତନ ନାୟକ, ଦୁଷ୍ମନ୍ତ ନାୟକ, ରାହୁଲ ନାୟକ ଏବଂ ଢେଙ୍କାନାଳ ବାଲିମି ଥାନା ଝାରବନ୍ଧ ଗାଁର ନରେନ୍ଦ୍ର ନାୟକଙ୍କୁ ଗିରଫ କରିଛି। ଜଣେ ୧୬ ବର୍ଷୀୟ ନାବାଳକକୁ ମଧ୍ୟ ଅଟକ ରଖାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ମୋବାଇଲ୍, ଦୁଇଟି ଟ୍ୟାବ୍ଲେଟ , ତରୱାଲ , କଟୁରୀ ଓ ୩୦ ହଜାର ଟଙ୍କା ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରାଯାଇଛି।

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.