

ମହିଳା ମାନଙ୍କ ଅସ୍ତିତ୍ବ କୁ ଯିଏ କ୍ଷୁର୍ଣ୍ଣ କରିଛି ତାର ବିନାଶ ହୋଇଛି - ଅଶୋକ ମହାନ୍ତି
ମହିଳା ଙ୍କ ସମାନ ଅଧିକାର , ସମ୍ମାନ ଓ ରାଜନୀତି ରେ ସଶକ୍ତ ପ୍ରତିନିଧିତ୍ଵ ଦାବି ରେ ପାଳଲହଡ଼ା ବ୍ଲକ ଖମାର ମଣ୍ଡଳ ରଜଡଙ୍ଗ ଠାରେ ୩୩% ସଂରକ୍ଷଣ ବିଲ କୁ ବିରୋଧ କରିଥିବା ରାଜନୈତିକ ଦଳ ବିରୋଧ ରେ ଏକ ବିଶାଳ ମହିଳା ଆକ୍ରୋଶ ଜନ ସମାବେଶ କାର୍ଯ୍ୟକ୍ରମ ଭବ୍ୟ ଭାବରେ ଅନୁଷ୍ଠିତ ହୋଇଯାଇଅଛି । ଖମାର ମଣ୍ଡଳ ର ସମସ୍ତ ପଞ୍ଚାୟତ ରୁ ହଜାର ହଜାର ମହିଳା , ସ୍ଵଂୟ ସହାୟକ ଗୋଷ୍ଠୀ ସଦସ୍ୟା , ସାମାଜିକ କର୍ମୀ ଓ ଯୁବତୀ ମାନେ ଏହି ସମାବେଶ ରେ ଯୋଗ ଦେଇ ମହିଳା ସଂରକ୍ଷଣ ବିଲ କୁ ବିରୋଧ କରିଥିବା ରାଜନୈତିକ ଦଳ ଯଥା କଂଗ୍ରେସ ଓ ଓଡ଼ିଶା ର ଆଞ୍ଚଳିକ ଦଳ ବିଜେଡି ବିରୋଧ ରେ ଏକତାର ସ୍ୱର ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଯୋଜନା କମିଟି ଅଧକ୍ଷ ତଥା ପାଳଲହଡ଼ା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି ମହୋଦୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ରଜଡ଼ଙ୍ଗ ଗ୍ରାମ ର ତାରିଣୀ ଛକ ଠାରୁ ରଜଡ଼ଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ଯାଏ ହଜାର ହଜାର ମହିଳା ଏକ ବିଶାଳ ରାଲି କରି ସଭାସ୍ଥଳ କୁ ଆସିଥିଲେ । ମୁଖ୍ୟ ଅତିଥି ନିଜ ଉଦବୋଧନ ରେ ଦେଶ ର ମହିଳା ମାନେ ଦୀର୍ଘ ଦିନ ଧରି ରାଜନୀତିକ କ୍ଷେତ୍ର ରେ ଯଥୋଚିତ ସୁଯୋଗ ରୁ ବଞ୍ଚିତ ହୋଇଆସୁଛନ୍ତି । ଦେଶର ଜଶସ୍ଵି ପ୍ରଧାନମନ୍ତ୍ରୀ ମହିଳା ମାନଙ୍କ ପାଇଁ ଯେଉଁ ୩୩% ସଂରକ୍ଷଣ ବିଲ ଆଣିଥିଲେ ତାହା କାର୍ଯ୍ୟକାରିତା ହେଲେ ଲୋକସଭା ଓ ବିଧାନସଭା ରେ ମହିଳା ଙ୍କ ଅଂଶଗ୍ରହଣ ବଢିବା ସହ ସମାଜରେ ନୂତନ ପରିବର୍ତ୍ତନ ଆସିବ ବୋଲି ସେ ମତ ପ୍ରକାଶ କରିଥିଲେ । ଏପରି ପରିସ୍ଥିତି ରେ ରାଜନୀତି ରେ ମଧ୍ୟ ସେମାନଙ୍କୁ ସୁଯୋଗ ଦେବା ସମୟର ଆବଶ୍ୟକତା । କିନ୍ତୁ ଦେଶର ମହିଳା ମାନଙ୍କ ନେତୃତ୍ୱ କୁ ବିରୋଧ କରିଥିବା କଂଗ୍ରେସ ଓ ବିଜେଡି ଦଳ ଉପରେ ମୁଖ୍ୟ ଅତିଥି କଡ଼ା ସମାଲୋଚନା କରି ମହିଳା ମାନଙ୍କ ବିକାଶ ରେ ବାଧା ସୃଷ୍ଟି କରୁଛନ୍ତି ବୋଲି ମନ୍ତବ୍ୟ ପ୍ରକାଶ କରିଥିଲେ । ଅତୀତ ରେ ମାତା ସୀତା ଙ୍କୁ ଅପହରଣ କରି ରାବଣ ତଥା ଲଙ୍କା ର ଯେମିତି ବିନାଶ ହୋଇଥିଲା , ଦ୍ରୌପଦୀ ଙ୍କ ବସ୍ତ୍ର ହରଣ କରି କୌରବ ବଂଶ ଯେପରି ନାଶ ହୋଇଥିଲା ସେହିପରି ଏହି ସଂରକ୍ଷଣ ବିଲ କୁ ବିରୋଧ କରିଥିବା ସମସ୍ତ ଦଳ ସମ୍ପୂର୍ଣ ବିନାଶ ହୋଇ ଇତିହାସ ହୋଇଯିବ ବୋଲି ସେ ମନ୍ତବ୍ୟ ଦେଇଥିଲେ । ପରିସେଶ ରେ ମହିଳା ମାନେ ବିରୋଧ କରିଥିବା ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକ ଙ୍କ କୁସପୂତୁଲିକା ଦାହ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଜେପି ଖମାର ମଣ୍ଡଳ ସଭାପତି ଶ୍ରୀମାନ କାର୍ତ୍ତୀକ ହୃଦୟ ଚନ୍ଦନ ପ୍ରଧାନ , ଜିଲ୍ଲା ଉପସଭାପତି ସୌଭାଗିନି ପ୍ରଧାନ ରଜଡଙ୍ଗ ସରପଞ୍ଚ ଦିବ୍ୟା ଭାରତୀ ସାମଲ , ଝିଲି ରାଣୀ ସାହୁ , ବବିତା ପରିଡ଼ା , ସୁଭସ୍ମିତ ଜେନା , ଜିଲ୍ଲା ସମ୍ପାଦକ ପ୍ରହ୍ଲାଦ ସାମଲ,ସରୋଜ ସାହୁ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.