Malyagiri Express
Home/ସର୍ବଶେଷ ଖବର/ବିଧାୟକ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ର ଭୂମିପୂଜନ ଓ ଉଦ୍ଘାଟନ

ବିଧାୟକ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ର ଭୂମିପୂଜନ ଓ ଉଦ୍ଘାଟନ

Malayagiri Express
Malayagiri ExpressMay 16, 2026in ସର୍ବଶେଷ ଖବର
ବିଧାୟକ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ର ଭୂମିପୂଜନ ଓ ଉଦ୍ଘାଟନ
0 likes0 comments

ବିଧାୟକ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ର ଭୂମିପୂଜନ ଓ ଉଦ୍ଘାଟନ

ପାଳଲହଡା ବ୍ଲକ ରଜଡଙ୍ଗ ପଞ୍ଚାୟତ ରେ 10 ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ହୋଇଥିବା ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ର, 4 ଲକ୍ଷ 50 ହଜାର ଟଙ୍କା ବିନିମୟରେ ରଜଡ଼ଙ୍ଗ ଗ୍ରାମ ରେ ନିର୍ମିତ ହୋଇଥିବା ଭୋଗ ମଣ୍ଡପ, 1 ଲକ୍ଷ 30 ହଜାର ଟଙ୍କା ବିନିମୟରେ ନିର୍ମିତ ହୋଇଥିବା ଥଣ୍ଡା ପାନୀୟ ଜଳ ଟ୍ୟାବ ର ଉଦଘାଟନ ଏବଂ 6 ଲକ୍ଷ 40 ହଜାର ଟଙ୍କା ବିନିମୟରେ ନିର୍ମିତ ହେବାକୁ ଥିବା ଗୋଷ୍ଠୀ କେନ୍ଦ୍ର ଗୃହ ଓ ବଡ଼ ଗୁଣ୍ଡ ରେ 5 ଲକ୍ଷ 60 ହଜାର ଟଙ୍କା ବିନିମୟରେ ନିର୍ମିତ ହେବାକୁ ଥିବା ପକ୍କା ରାସ୍ତା ର ଭୂମିପୂଜନ କାର୍ଯ୍ୟକ୍ରମ ହୋଇଯାଇଅଛି । ଏହି ଭୂମିପୂଜନ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଳଲହଡ଼ା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ତଥା ଗ୍ରାମ ର ବିକାଶ ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତଙ୍କୁ ଆଗକୁ ଆସି ବାକୁ ଆହ୍ବାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଦୀବ୍ୟା ଭାରତୀ ସାମଲ, ସମିତି ସଭ୍ୟ ପ୍ରଦୀପ କୁମାର ବେହେରା , ବିଭାଗୀୟ ଅଧିକାରୀ, ବିଜେପି ଜିଲ୍ଲା ସମ୍ପାଦକ ପ୍ରହ୍ଲାଦ ସାମଲ, ସରୋଜ ସାହୁ, ଡିଲେଶ୍ୱର ବେହେରା , ସୁଭସ୍ମିତା ଜେନା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.