

109 rank ସହିତ ଓ ଏ ଏସ ପାଇଲେ ଅଙ୍କିତ। ପାଲଲହଡା ପାଇଁ ଗର୍ବ।
ପାଲଲହଡା- ସଦ୍ୟ ପ୍ରକାଶିତ ଓ ଏ ଏସ ପରୀକ୍ଷା ଫଳ ରେ ପାଲଲହଡା ସଦରମହକୁମା ଉଦିତନଗର ର ଅଙ୍କିତ ଅନୁପମ ସାମଲ 109 ରାଙ୍କିଙ୍ଗ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। 1998 ମସିହା ରେ ଜନ୍ମିତ ଅଙ୍କିତ ପାଲଲହଡା ସଦରର ପୂର୍ବତନ ରାଜସ୍ୱ ନିରୀକ୍ଷକ ଦିବାକର ସାମଲ ଙ୍କ ର ନାତି ତଥା କିଶୋର ସାମଲ ଓ ସବିତା ସାମଲ ଙ୍କ ପୁଅ।ପାଲଲହଡା ଶିଶୁ ମନ୍ଦିର ରେ ନିଜର ପାଠ ଆରମ୍ଭ କରିଥିବା ବେଳେ ନବୋଦୟ ବିଦ୍ୟାଳୟ ଅନଗୁଳ ଏବଂ ବି ଜେ ବି କଲେଜ ରେ ନିଜର ପାଠ୍ୟକ୍ରମ ସାରିଥିଲେ, ପରେ ବୁର୍ଲା ଇଉନିଭର୍ସିଟି ରୁ ନିଜର ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷକରି କୋଷାଗାର ବିଭାଗୀୟ ସହକାରୀ ପଦରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। କିଛି ଦିନ ପୂର୍ବରୁ ଅନଗୁଳ ଜିଲ୍ଲା ଶିଳ୍ପ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଛାତ୍ର ଜୀବନରୁ ସେ ଅତ୍ୟନ୍ତ ମେଳାପି ଓ ଶାନ୍ତ ସ୍ଵଭାବ ର ଥିଲେ। ନିଜ ବାପା ମାଆ ଓ ପରିବାର ବର୍ଗ ତଥା ଶୀକ୍ଷକ ଶିକ୍ଷୟତ୍ରୀ ଙ୍କ ଆଶୀର୍ବାଦ ରୁ ଏହି ସଫଳତା ପାଇଥିବା ପ୍ରକାଶ କରିଥିଲେ। ଅଙ୍କିତ ଙ୍କ ଏହି ସଫଳତା ପାଲଲହଡା ପାଇଁ ଗୌରବ ଆଣିଦେଇଛି I

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.