Malyagiri Express
Home/ସର୍ବଶେଷ ଖବର/ଖମାର ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ

ଖମାର ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ

Malayagiri Express
Malayagiri ExpressMay 8, 2026in ସର୍ବଶେଷ ଖବର
ଖମାର  ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ
0 likes0 comments

ଖମାର ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ

ଖମାର- ପାଳଲହଡା ଉପଖଣ୍ଡ ଖମାର ଥାନା ପରିସର ରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଥାନା ଅଧିକାରି ଅରୁଣ କୁମାର ଖିଲାର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ଅବିନାଶ ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଥାନା ର ବିଭିନ୍ନ ଅଞ୍ଚଳରୁ ଆସିଥିବା ନାବାଳକ ଓ ନାବାଳିକାମାନଙ୍କୁ ନୈତିକ ଓ ବୌଦ୍ଧିକ ଜ୍ଞାନ ସହ ଥାନାରେ ଥିବା ଆଇନ କାନୁନ ସମ୍ପର୍କରେ ସଚେତନ କରାଯାଇଥିଲା। ମୋବାଇଲ ବ୍ୟବହାର ସମୟରେ କିପରି ସତର୍କ ରହିବା, ସାଇବର ଠକେଇ ଓ ମୋବାଇଲ ହ୍ୟାକରଙ୍କ ଠାରୁ କିପରି ଦୂରେଇ ରହିବା ସେନେଇ ବିସ୍ତୃତ ଭାବେ ବୁଝାଯାଇଥିଲା।ଏଥିସହ ନିଜ ସୁରକ୍ଷା ପାଇଁ କେଉଁ ସ୍ଥାନରେ ଓ କିପରି ଅଭିଯୋଗ କରିବା, ଥାନାରେ ଥିବା ବିଭିନ୍ନ ବିଭାଗର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ନାବାଳକ ନାବାଳିକାମାନଙ୍କୁ ଥାନା ପରିଦର୍ଶନ କରାଇ ଅବଗତ କରାଯାଇଥିଲା। ସଭା ଶେଷରେ ଟିଭି ମାଧ୍ୟମରେ ଶିକ୍ଷଣୀୟ ଭିଡିଓ ବାର୍ତ୍ତା ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଥାନା ର ସମସ୍ତ ପୋଲିସ କର୍ମଚାରୀ ଙ୍କ ସମେତ ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.