

ଚାକିରୀ କରାଇ ଦେବା ନାଁରେ କୋଟିଏ ଟଙ୍କାର ଠକେଇ, ଜଣେ ଗିରଫ
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ ଠକେଇ ଅଭିଯୋଗରେ ଜଣେ ସେନା ହାବିଲଦାରଙ୍କୁ ଗିରଫ କାରୀ କୋର୍ଟ ଚାଲାଣ କରିଛି । ସେନା ହାବିଲଦାର ଜଣଙ୍କ ଚାକିରୀ କରାଇ ଦେବାକୁ କହି ବ୍ଲକର ବିଭିନ୍ନ ଲୋକଙ୍କ ଠାରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଛନ୍ତି । ଠକେଇ ଅଭିଯୋଗ ପରେ ଯବାନ ଜଣଙ୍କ ଫେରାର ହୋଇ ଯାଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗାଁର ସୁନିଲ କୁମାର ଗଡତିଆ ନାମକ ଜଣେ ବ୍ୟକ୍ତି ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ସନ୍ତରାବନ୍ଧ ଗାଁର ସଞ୍ଜୀବ କୁମାର ସାହୁ ନାମକ ଜଣେ ଯୁବକ ଯେ କି ଭାରତୀୟ ସେନାରେ ହାବିଲଦାର ଚାକିରୀ କରିଛନ୍ତି ।ସେ କିଛି ଦିନ ହେବ ଘରକୁ ଆସିଥିବା ବେଳେ ସୁନିଲଙ୍କ ପୁଅକୁ ଚାକିରୀ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ଗତ ୧୩ ଜାନୁୟାରୀ ୨୦୨୫ରିଖରେ ତାଙ୍କ ଆକାଉଣ୍ଟକୁ ୫ଲକ୍ଷ ସେହି ବର୍ଷ ଫେବୃଆରୀ ୧୪ ତାରିଖରେ ୩ଲକ୍ଷ ୨୦ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ l ସୁନୀଲ ମୋଟ ୮ ଲକ୍ଷ ୨୦ ହଜାର ଟଙ୍କା ଚାକିରୀ ପାଇଁ ଦେଇଥିଲେ । ତେବେ ପ୍ରାୟ ୧ବର୍ଷ ପର୍ଯ୍ୟନ୍ତ ଗଡି ଯାଇଥିଲେ ମଧ୍ୟ ସୁନୀଲ ଙ୍କ ପୁଅକୁ ଚାକିରୀ କରାଇ ଦେଇ ନଥିଲେ କି ଟଙ୍କା ମଧ୍ୟ ଫେରସ୍ତ କଲେ ନାହିଁ । ତେବେ ଏହା ଭିତରେ ସଂଜୀବ ପାତ୍ରପଡା ଗାଁର ପାଦକ ସାହୁଙ୍କ ଠାରୁ ୧୩ ଲକ୍ଷ ଟଙ୍କା , ଚାଙ୍ଗୁଡ଼ିଆ ଗାଁର ଶିବ ପ୍ରଧାନଙ୍କ ଠାରୁ ୭ ଲକ୍ଷ ୨୦ ହଜାର , ମାଛକୁଟା ଗାଁର ସମ୍ପର୍କୀୟ ଝରଣା ମାଝୀଙ୍କ ଠାରୁ ୫ ଲକ୍ଷ ଟଙ୍କା , ଛେଣ୍ଡିପଦା ଗାଁର ସମ୍ପର୍କୀୟ ଜଲିବାଳା ପ୍ରଧାନଙ୍କ ଠାରୁ ୧୪ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ l ବାରମ୍ବାର ଟଙ୍କା ମାଗିବାରୁ ସଂଜୀବ ସେମାନଙ୍କୁ ଆଉ ଧାରଛୁଆଁ ଦେଇ ନଥିଲେ l ତେବେ ଠକେଇର ଶିକାର ହୋଇଥିବା ନେଇ ଜାଣିବା ପରେ ସୁନୀଲ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଠକାମୀର ଶିକାର ହୋଇଥିବା ଜାଣି ସମସ୍ତେ ମିଶି ଛେଣ୍ଡିପଦା ଥାନାରେ ସଞ୍ଜୀବଙ୍କ ବିରୁଦ୍ଧରେ ୨୦୨୬ ଫେବୃଆରୀ ୨୮ ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରକରୀ ପୋଲିସ ଛେଣ୍ଡିପଦା ଥାନା କେସ ନଂ ୮୫/୨୬ରେ ଏକ ମାମଲା ରୁଜୁ କାରୀ ଘଟଣାର ତଦନ୍ତ କରିଥିଲେ l ତେବେ ଛେଣ୍ଡିପଦା ଥାନା ପୁଲିସ ଏନେଇ ତଦନ୍ତ କରିବା ସହିତ ଆଜି ସଂଜୀବ ୟୁପି ଯାଉଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତାଳଚେରରୁ ଗିରଫ କରି ଥାନାକୁ ଆଣିଥିଲେ । ତେବେ ପୋଲିସ ପ୍ରାଥମିକ ତଦନ୍ତରୁ ଆହୁରି ଅନେକ ଲୋକଙ୍କଠାରୁ ଚାକିରୀ କରାଇଦେବା ନାରେ ଠକେଇ କରିଥିବା ଅତିରିକ୍ତ ଥାନା ଅଧିକାରୀ ଦିପ୍ତିମୟୀ ବିଶ୍ୱାଳ ପ୍ରକାଶ କରିଛନ୍ତି l

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.