

: କଣିହାଁ ବନଵିଭାଗ ପକ୍ଷରୁ ସାନତ୍ରିବିଡ଼ା ଗ୍ରାମର ବଡକାଠିଆ ଜଙ୍ଗଲରେ ଚଢାଉ କରାଯାଇ ଦେଶୀ ବୋମା ବିଛାଇ ଜନ୍ତୁ ଶିକାର କରିବା ବେଳେ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ କଣିହାଁ ଥାନା ସାନତ୍ରିବିଡା ଗ୍ରାମର ଖିର ଭୂତିଆ(୫୧) ଓ ଭରତ ସାହୁ (୫୦) । ଚଢାଉ ବେଳେ ସେମାନଙ୍କ ଠାରୁ ଗୋଟିଏ ମୃତ ବାରହା, ୧୨ଟି ଦେଶୀ ବୋମା ଓ ୨ଟି ଟାଙ୍ଗିଆ ଜବତ କରିଛି ବନବିଭାଗ । ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ଦେଶୀ ବୋମା ବିଛାଇଥିବା ଖବର ପାଇ କଣିହାଁ ବନ ବିଭାଗର ରେଞ୍ଜର ସୁଭ୍ରା ସୁଚିସ୍ମିତା ମହାପାତ୍ର , ଫରେଷ୍ଟର ଦୀପକ କୁମାର ସେଠୀ ଓ ଫରେଷ୍ଟ ଗାର୍ଡ ଦୀପକ କୁମାର ସାହୁ ଓ କର୍ମଚାରୀ ମାନେ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଧରିଥିଲେ। ବନବିଭାଗ ପକ୍ଷରୁ ମୃତ ବାରହା ର ବ୍ୟବଛେଦ କଣିହାଁ ପ୍ରାଣୀ ଚିକିତ୍ସକ ଦ୍ୱାରା କରାଯାଇ ତଦନ୍ତ ଜାରି ରଖିଛି ।

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.