Malyagiri Express
Home/ସର୍ବଶେଷ ଖବର/ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

Malayagiri Express
Malayagiri ExpressApril 27, 2026in ସର୍ବଶେଷ ଖବର
ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର
0 likes0 comments

ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାସ ଗାଁରୁ ରବିବାର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ବନ୍ତଳା ପୁଲିସ। ମୃତକ ଗଡ଼ତରାସ ଗାଁର ଅଜୟ ନାଏକଙ୍କ ସ୍ତ୍ରୀ ପୂଜା ନାଏକ(୨୩) ବୋଲି ଜଣା ପଡିଛି। ମିଳିଥିବା ସୂଚନା ଅନୁଯାୟୀ ଅନୁଗୋଳ ବ୍ଲକ ଶରଧାପୁର ପଞ୍ଚାୟତ ରାମିମୁଣ୍ଡା ଗାଁର ପୂଜାଙ୍କୁ ଗତ ୧ବର୍ଷ ପୂର୍ବରୁ ଦ୍ୱିତୀୟ ବିବାହ କରିଥିଲେ ଅଜୟ । ତେବେ ବିବାହର ୧ ମାସ ପରେ ଅଜୟ କାମ ଅନ୍ୱେଷଣରେ ବାହାରକୁ ଚାଲିଯାଉଥିଲା ବେଳେ,ପୂଜା ନିଜ ବାପ ଘର ରାମିମୁଣ୍ଡାରେ ରହୁଥିଲେ । ଅଜୟ କିଛିଦିନ ତଳେ ଗାଁକୁ ଆସିଥିବା ବେଳେ, ଶଶୁରଘର ଯାଇ ପୂଜାଙ୍କୁ ନିଜ ଘରକୁ ଆଣିଥିଲେ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଗତ କାଲି ଝଗଡ଼ା ହୋଇଥିଲା । ଫଳରେ ଏକ ଚୁନୁରି ସାହାଯ୍ୟରେ ପୂଜା ଘର ଭିତରେ ଥିବା ତାଳ କଡିରେ ଝୁଲି ପଡିଥିଲେ । ଏ ସଂପର୍କରେ ଅଜୟ ପୂଜାଙ୍କ ଘର ଲୋକ ଓ ବନ୍ତଳା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ୍ତଳା ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମୃତ ଶରୀର ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ସୋମବାର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବନ୍ତଳା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.