Malyagiri Express
Home/ସର୍ବଶେଷ ଖବର/ଉପଖଣ୍ଡ ପ୍ରଶାସନ ଦ୍ୱାରା ଗାନ୍ଧୀ ପ୍ରତିମା ସ୍ଥାନାନ୍ତରଣ

ଉପଖଣ୍ଡ ପ୍ରଶାସନ ଦ୍ୱାରା ଗାନ୍ଧୀ ପ୍ରତିମା ସ୍ଥାନାନ୍ତରଣ

Malayagiri Express
Malayagiri ExpressJune 19, 2026in ସର୍ବଶେଷ ଖବର
ଉପଖଣ୍ଡ ପ୍ରଶାସନ ଦ୍ୱାରା ଗାନ୍ଧୀ ପ୍ରତିମା ସ୍ଥାନାନ୍ତରଣ
1 likes0 comments

ଉପଖଣ୍ଡ ପ୍ରଶାସନ ଦ୍ୱାରା ଗାନ୍ଧୀ ପ୍ରତିମା ସ୍ଥାନାନ୍ତରଣ

ପାଳଲହଡ଼ା ବାହାରେ ଥିବା ଜାତୀୟ ରାଜପଥ-୧୪୯ କଡ଼ରେ ଅବସ୍ଥିତ ପେଣ୍ଡରାବାସା ଗାନ୍ଧୀ ପ୍ରତିମାକୁ ଆଜି ସ୍ଥାନାନ୍ତରିତ କରାଯାଇଛି। ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ ପାଇଁ ଏହି ପଦକ୍ଷେପ ନିଆଯାଇଛି, କାରଣ ଏହି ପ୍ରତିମାଟି ରେଳପଥ ନିର୍ମାଣ ସ୍ଥଳ ଦେଇ ଯାଉଥିଲା । ପ୍ରତିମା ଟିକୁ ରାଜପଥ କଡ଼ରେ ଥିବା ଏକ ଅସ୍ଥାୟୀ ସେଡ୍‌କୁ ସ୍ଥାନାନ୍ତର କରାଯାଇଛି। ଜମି ଚିହ୍ନଟ ହେବା ପରେ ଏବଂ ପାଣ୍ଠି ବରାଦ ହେବା ମାତ୍ରେ ନୂତନ ପ୍ରତିମା ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି। ଏହି ସ୍ଥାନାନ୍ତରଣ ସମୟରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ, ତହସିଲଦାର ଆକାଂକ୍ଷା ମହାପାତ୍ର, ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରଦୀପ ମହନ୍ତଙ୍କ ସହ ରେଳବାଇ ଏବଂ ପୁଲିସ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ନୂତନ ସେଡ୍‌ରେ ପ୍ରତିମା ସ୍ଥାପନ ପରେ ଉପଜିଲ୍ଲାପାଳ ଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ସମସ୍ତ ନିୟମ ଅନୁଯାୟୀ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏହି ପଦକ୍ଷେପ ଦ୍ୱାରା ପାଳଲହଡ଼ା ଅଞ୍ଚଳରେ ଦୀର୍ଘ ଦିନରୁ ଅପେକ୍ଷାରତ ରେଳପଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.