Malyagiri Express
Home/ଅପରାଧ/ଘରୁ ସଶସ୍ତ୍ର ଡକାୟତ ଘଟଣା ରେ ୪ ଗିରଫ, ପୋଲିସ ର ପ୍ରେସ ମିଟ

ଘରୁ ସଶସ୍ତ୍ର ଡକାୟତ ଘଟଣା ରେ ୪ ଗିରଫ, ପୋଲିସ ର ପ୍ରେସ ମିଟ

Malayagiri Express
Malayagiri ExpressMay 25, 2026in ଅପରାଧ
ଘରୁ ସଶସ୍ତ୍ର ଡକାୟତ ଘଟଣା ରେ ୪ ଗିରଫ, ପୋଲିସ ର ପ୍ରେସ ମିଟ
0 likes0 comments

ଘରୁ ସଶସ୍ତ୍ର ଡକାୟତ ଘଟଣା ରେ 4 ଗିରଫ, ପୋଲିସ ର ପ୍ରେସ ମିଟ

ଘରୁ ବନ୍ଧୁକ ଓ ଭୁଜାଲି ଦେଖାଇ ଡକାୟତ ଘଟଣା ରେ 4 ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖମାର୍ ପୋଲିସ। ସୂଚନା ମୁତାବକ ପାଲଲହଡ଼ା ଉପଖଣ୍ଡ ଖମାର ଥାନା ବରକଳାପାଳ ଗାଆଁ ର ଅଜୟ ସାହୁ ଙ୍କ ଘରେ ଗତ 11 ତାରିଖ ରେ କିଛି ମୁଖ୍ୟ ପିନ୍ଧା ଯୁବକ ବନ୍ଧୁକ ଓ ଭୁଜାଲି ମୁନରେ ଡକାୟତ କରିଥିଲେ। ଯେଉଁଥିରେ ତାଙ୍କ ସ୍ତ୍ରୀ ଙ୍କ ମୁଣ୍ଡରେ ବନ୍ଧୁକ ଓ ଝିଅ ଙ୍କ ବେକରେ ଭୁଜାଲି ଲଗାଇ ସୁନା ଚେନ୍,ମଙ୍ଗଳ ସୂତ୍ର, ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ। ଯାହାର ତଦନ୍ତ କରି ଆଜି ପୋଲିସ ସେମାନଙ୍କ ମଧ୍ୟ ରୁ ଚାରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଅନ୍ୟ ମୁଖ୍ୟ ଅପରାଧି ମାନଙ୍କୁ ଖୋଜିବା ଜାରି ରଖିଥିବା ପାଲଲହଡ଼ା ଏସ ଡି ପି ଓ ପ୍ରେସ ମୀଟ ଜରିଆରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଚୋରି ହୋଇଥିବା ସୁନା,2 ହଜାର ଟଙ୍କା, 3 ଟି ମୋଟର ସାଇକେଲ,ଭୁଜାଲି, ଚାପଡ଼, ଦେଶୀ ବନ୍ଧୁକ, 2 ଟି ଅଫୁଟା ଗୁଳି ଓ ମୋବାଇଲ ଜବତ କରିଛି।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.