Malyagiri Express
Home/ଗୁରୁତ୍ୱପୂର୍ଣ୍ଣ/ଅଗ୍ନିକାଣ୍ଡରେ ୩ ପରିବାର ବେସାହାରା

ଅଗ୍ନିକାଣ୍ଡରେ ୩ ପରିବାର ବେସାହାରା

Malayagiri Express
Malayagiri ExpressApril 28, 2026in ଗୁରୁତ୍ୱପୂର୍ଣ୍ଣ
ଅଗ୍ନିକାଣ୍ଡରେ ୩ ପରିବାର ବେସାହାରା
0 likes0 comments

ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁମୁସି ପଞ୍ଚାୟତ ରିଆ ଗ୍ରାମରେ ବିଲମ୍ୱିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ୩ ଗୋଟି ପରିବାର ସମ୍ପୁର୍ଣ୍ଣ ସର୍ବସ୍ୱାନ୍ତ ହୋଇ ପଡ଼ିଛନ୍ତି।ଗ୍ରାମର ଅଭି ନାଏକ, ରଞ୍ଜିତ ନାଏକ ଓ ଦୀପକ ନାଏକ ଙ୍କର ୩ ବଖରା ଘର ସହ ରୋଷେଇ ଘର ପୋଡ଼ି ସମ୍ପୁର୍ଣ୍ଣ ପାଉଁଶ ହୋଇଯାଇଛି।ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସୂଚନା ମୁତାବକ ରବିବାର ଗ୍ରାମରେ ଚନ୍ଦନ ଯାତ୍ରା ଚାଲିଥିବା ବେଳେ ୩ ଗୋଟି ପରିବାରର ସମସ୍ତ ସଦସ୍ୟ ଯାତ୍ରା ଦେଖିବାକୁ ଯାଇଥିଲେ। ରାତି ପ୍ରାୟ ୨ ଟା ସମୟରେ ସେମାନଙ୍କ ଘରେ ନିଆଁ ଲାଗିଯାଇଥିଲା।ନିଆଁକୁ ଦେଖି ଗ୍ରାମବାସୀମାନେ ଯାତ୍ରା ସ୍ଥଳରୁ ଦଉଡି ଆସି ଅଗ୍ନିଶମ ବାହିନୀକୁ ଖବର ଦେବା ସହ ନିଆକୁ ଆୟତ କରିବା କୁ ଚେଷ୍ଟା କରିଥିଲେ। ପରଜଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା।କିନ୍ତୁ ସେତେ ବେଳେକୁ ସବୁ ପୋଡ଼ି ପାଉଁଶ ହୋଇସାରିଥିଲା।ଅଗ୍ନିକାଣ୍ଡରେ ୩ ଗୋଟି ପରିବାରର ଘରର ସମସ୍ତ ଆସବାବପତ୍ର ,ଲୁଗା ପଟା,ଟଙ୍କା ପଇସା,ଜରୁରୀ କାଗଜପତ୍ର, ବର୍ଷଯାକର ସାଇତା ହୋଇ ରହିଥିବା ଖାଦ୍ୟ ଶସ୍ୟ ପୋଡି ପାଉଁଶ ହୋଇଯାଇଛି।ତେବେ ଅଗ୍ନି ବିପନ୍ନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ପରଜଙ୍ଗ ବ୍ଲକ ଅଧକ୍ଷା ଶର୍ମିଷ୍ଠା ଦଳବେହେରା ।ସେ ବିପନ୍ନଙ୍କୁ ଭେଟିବା ସହ କିଛି ଶୁଖିଲା ଖାଦ୍ୟ ଓ କିଛି ଅର୍ଥ ରାଶି ସହାୟତା କରିଥିଲେ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ସରକାର ଙ୍କ ତରଫରୁ ଯାହା ଜରୁରୀକାଳୀନ ସହାୟତା ଯୋଗାଇ ଦେଇଥିଲେ।କିପରି ଅଗ୍ନି ବିପନ୍ନ ପରିବାର ସମସ୍ତ ସରକାରୀ ସହାୟତା ପାଇ ପାରିବେ ସେ ଦିଗରେ ମଧ୍ୟ ଆଲୋଚନା କରିଥିଲେ।ତେବେ ୩ ଵିପର୍ଣ୍ଣ ପରିବାରକୁ ସରକାରଙ୍କ ପକ୍ଷରୁ ପକ୍କା ଘର ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି

# Dhenkanal# Odisha
Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.