

ଚଳନ୍ତା ଟ୍ରକ ରେ ଲାଗିଗଲା ନିଆଁ,
ନିଆଁ କୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
ଢେ଼ଙ୍କାନାଳ ଜିଲା କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ର ବଡ଼ସୁଆଁଳ ନିକଟରେ ଗୁରୁବାର ମଧ୍ୟାହ୍ନରେ ରାସ୍ତାରେ ଚାଲୁଥିଲା ବେଳେ ଏକ ଦଶଚକିଆ ଟ୍ରକ ରେ ଲାଗି ନିଆଁ ଲାଗି ଯାଇଥିଲା l ଟ୍ରକ ଟି ହୁତୁହୁତୁ ହୋଇ ଜଳିବା ଆରମ୍ଭ କରିଥିବା ବେଳେ ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ସୂଚନା ଅନୁସାରେ ଏହି ଦଶଚକିଆ ଟ୍ରକ ଟି ଯାଜପୁର ଅଞ୍ଚଳ ରୁ କୋଇଲା ଖାଲି କରି ତାଳଚେର ଯାଉଥିବା ବେଳେ ବଡ଼ସୁଆଁଳ ନିକଟରେ ହଟାତ ଟ୍ରକ ର ପଛ ଚକା ରେ ନିଆଁ ଲାଗିଯାଇଥିଲା l ଫଳରେ ଟ୍ରକ ଟି ଜଳିବାକୁ ଆରମ୍ଭ କରିଥିଲା l ଏହା ଦେଖି ଡ୍ରାଇଭର ଟ୍ରକ କୁ ରାସ୍ତା ମଝିରେ ଅଟକାଇ ତୁରନ୍ତ କାମାକ୍ଷାନଗର ଅଗ୍ନିଶମବାହିନୀ କୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ନିଆଁ କୁ ଆୟତ୍ତ କରିଥିବା ବେଳେ ଏକ ବଡ଼ ବିପଦ ରୁ ଡ୍ରାଇଭର ଓ ଗାଡି ଟି ଅଳ୍ପକେ ବର୍ତ୍ତି ଯାଇଛି l ତେବେ କେଉଁ କାରଣ ରୁ ଟ୍ରକ ରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଅତ୍ୟଧିକ ଖରା ଯୋଗୁଁ ଟ୍ରକ ର ଚକା ରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି l

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.