Malyagiri Express
Home/ସର୍ବଶେଷ ଖବର/ପୋଖରୀରେ ଫସିଲେ ୪ହାତୀ, ଉଦ୍ଧାର କଲା ବନବିଭାଗ

ପୋଖରୀରେ ଫସିଲେ ୪ହାତୀ, ଉଦ୍ଧାର କଲା ବନବିଭାଗ

Malayagiri Express
Malayagiri ExpressMay 8, 2026in ସର୍ବଶେଷ ଖବର
ପୋଖରୀରେ ଫସିଲେ ୪ହାତୀ, ଉଦ୍ଧାର କଲା ବନବିଭାଗ
0 likes0 comments

ପୋଖରୀରେ ଫସିଲେ ୪ହାତୀ, ଉଦ୍ଧାର କଲା ବନବିଭାଗ

ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ନୂଆକ୍ଷେତା ସେକ୍ସନ ବଡ଼କନ୍ତକୂଳ ଗାଁ ମୁଣ୍ଡରେ ଥିବା ଏକ ପୋଖରୀ ଭିତରକୁ ପାଣି ପିଇବା ପାଇଁ ଯାଇ ୪ଟି ହାତୀ ଫସି ଯାଇଥିବା ବେଳେ,ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନାରୁ ନୂଆକ୍ଷେତା ରିଜର୍ଭ ଫରେଷ୍ଟ ଠାରୁ ମାତ୍ର ୨୦୦ମି ଦୂରରେ ରହିଛି ବଡ଼କନ୍ତକୂଳ ଗାଁର ଶ୍ରୀମୁଖ ବେହେରାଙ୍କ ଏକ ପୋଖରୀ । ଶୁକ୍ରବାର ଭୋର ୪ଟା ସମୟରେ ପାଣି ପିଇବା ପାଇଁ ଗୋଟିଏ ଛୁଆହାତୀ ସହ ୩ଟି ହାତୀ ପୋଖରୀ ଭିତରେ ପସିଥିଲେ । ତେବେ ପୋଖରୀ ଅଧିକ ଗଭୀର ଥିବାବେଳେ, ପୂର୍ବ ଦିନରୁ ହୋଇଥିବା ବର୍ଷା ପାଇଁ କାଦୁଅରେ ଖସି ଯାଇ ହାତୀମାନେ ଉପରକୁ ଉଠି ନପାରି ପୋଖରୀ ଭିତର ଫସି ରହିଥିଲେ । ସକଳୁ ଖବର ପାଇ ବନବିଭାଗ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗରେ ଏକ ଜେସିବି ମମେସିନରେ ପୋଖରୀ ହୁଡ଼ାକୁ ଖୋଳି ହାତୀ ମାନଙ୍କୁ ଉଦ୍ଧାର କରିଥିଲେ ।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.