Malyagiri Express
Home/ସର୍ବଶେଷ ଖବର/ହାତୀଦାନ୍ତ ଜବତ, ୪ ଶିକାରୀ ଗିରଫ

ହାତୀଦାନ୍ତ ଜବତ, ୪ ଶିକାରୀ ଗିରଫ

Malayagiri Express
Malayagiri ExpressMay 19, 2026in ସର୍ବଶେଷ ଖବର
ହାତୀଦାନ୍ତ ଜବତ, ୪ ଶିକାରୀ ଗିରଫ
1 likes0 comments

ହାତୀଦାନ୍ତ ଜବତ, ୪ ଶିକାରୀ ଗିରଫ

କେନ୍ଦୁଝର ବନଖଣ୍ଡର ସଦର ବନଞ୍ଚଳରେ ହାତୀଦାନ୍ତ ବିକ୍ରି ପାଇଁ ଉଦ୍ୟମ ହେଉଥିଲା। ଖବରପାଇ ବନବିଭାଗ ଶିକାରୀ ଭେଷରେ ଗ୍ରାହକ ସାଜି ଦାନ୍ତ କିଣିବାକୁ ଯାଇ ୨ଟି ଅସଲି ଦାନ୍ତ ଓ ନକଲି ଦାନ୍ତ (ଗୋଡ଼ ହାଡ଼କୁ ହାତୀ ଦାନ୍ତ ଭଳି ପଲିସ୍ କରି) ବିକ୍ରି କରିବା ସମୟରେ ବନବିଭାଗ ୪ଜଣଙ୍କୁ ଗିରଫ କରିଛି।

ଜବତ ଦାନ୍ତ ମଧ୍ୟରେ ରହିଛି ନକଲି ପିସ୍। ଗୋଡ଼ ହାଡ଼କୁ ହାତୀ ଦାନ୍ତ କହି ବିକ୍ରୁଥିଲେ।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଗ୍ରାମର ସୁନୀଲ ସରେନ (୪୮), ବାମେବାରୀ ଥାନା ଜରନ୍ୟପୁର ଗ୍ରାମର ଦଶରଥ ମାଝୀ (୨୭), ମୟୂରଭଞ୍ଜ ଜିଲ୍ଲା ବାରିପଦା ଥାନା ଗୋପାଳପୁର ଗ୍ରାମର ଦୁର୍ଗା ହେମ୍ବ୍ରମ (୫୦) ଓ ବିଡ଼ାରା ଥାନା ବକ୍ସୁଧିଆ ଗ୍ରାମର ବଳଦେବ ଜିଲୁ (୫୫) । ବନବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଟ୍ରାଇଗର୍ ପ୍ରୋଜେକ୍ଟ ରେଞ୍ଜ୍‌ ଅଫିସର ଏବଂ ବନବିଭାଗ ମିଳିତ ଭାବେ ଚଢ଼ଉ କରିଥିଲେ। ଉକ୍ତ ଦାନ୍ତର ଡିଏନ୍‌ଏ ପରୀକ୍ଷା କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଶିମିଳିପାଳ ଟ୍ରାଇଗର୍ ପ୍ରୋଜେକ୍ଟ ରେଞ୍ଜ୍‌ ଅଫିସରଙ୍କ ଗୋଇନ୍ଦା ବିଭାଗ ହାତୀଦାନ୍ତ ସମ୍ପର୍କରେ ସୂଚନା ପାଇଥିଲା। ଶିମିଳିପାଳ ଡେପୁଟି ଡାଇରେକ୍ଟର ଏ ସମ୍ପର୍କରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌ଡିଙ୍କୁ ସଂଘୀୟ ସମ୍ପର୍କରେ ଅବଗତ କରିବା ସହିତ ଅଭିଯୁକ୍ତକୁ ଧରିବା ପାଇଁ ସୂଚନା ଦେଇଥିଲେ। ୭ ଦିନ ହେବ ବନବିଭାଗ, ଗୋଇନ୍ଦା, ପୁଲିସ, ମିଳିତ ଭାବେ ଅଭିଯୁକ୍ତକୁ ଧରିବାକୁ ଟ୍ରାକିଂ କରୁଥିଲେ। ଏଥିନେଇ ଏକ ଟିମ୍ ଗଠନ ହୋଇଥିଲା। ବନ କର୍ମଚାରୀମାନେ ହାତୀଦାନ୍ତ କିଣିବା ପାଇଁ ଗ୍ରାହକ ବେଶରେ ଅମୃତପଡ଼ା ସୁନୀଲ ଘରେ ପହଞ୍ଚିଥିଲେ। ସେଠାରେ ୪ ଜଣ ଅଭିଯୁକ୍ତ ପୂଜାପାଠ ଚଳାଇଥିଲେ। ହାତୀଦାନ୍ତକୁ ମୋଗଲଙ୍କର ଅର୍ଥ ବିନିମୟରେ ବିକ୍ରି ପାଇଁ ଏହି ପୂଜାପାଠ କରାଯାଉଥିଲା। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହାତୀକୁ ଶିକାର କରିବା ପରେ ଏହାର ଗୋଡ଼ ହାଡ଼କୁ ଦାନ୍ତ ଭଳି କାଟି ବିକ୍ରି କରିବା ପାଇଁ ମଧ୍ୟ ସେଠାରେ କରାଯାଇଥିଲା। ଏହି ସମୟରେ ବନବିଭାଗ ପକ୍ଷରୁ ଏହି ଏସପି ଅଶୋକ ନାୟକ ନେତୃତ୍ଵରେ ଟିମ୍ ଚଢ଼ଉ କରି ଉପରୋକ୍ତ ୪ ଜଣଙ୍କୁ ଗିରଫ କରିବା ସହିତ ୨ କିଲୋଗ୍ରାମ ଓଜନର ୨ଟି ଦାନ୍ତ ଓ ୧ କିଲୋଗ୍ରାମ ଓଜନର ନକଲି ଦାନ୍ତ (ଗୋଡ଼ ହାଡ଼)କୁ ଜବତ କରାଯାଇଛି। ସେମାନଙ୍କ ନିକଟରୁ ୪ଟି ମୋବାଇଲ ଫୋନ ଜବତ କରାଯାଇଛି। ଉକ୍ତ ମୋବାଇଲ ଫୋନ୍ର ସିଡିଆର ଆବେଦନ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ସହିତ ଜଡ଼ିତ ଅନ୍ୟମାନଙ୍କୁ ମଧ୍ୟ ଧରିବା ପାଇଁ ବନବିଭାଗ ପକ୍ଷରୁ ତନାଘନା କରାଯାଉଛି।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.