Malyagiri Express
Home/ସର୍ବଶେଷ ଖବର/ଅନୁଗୋଳ ବନଖଣ୍ଡରେ ପୃଥକ ପୃଥକ ଗାଁରେ ହାତୀ ଆକ୍ରମରେ ୨ ମୃତ ଅନୁଗୋଳ ବନାଞ୍ଚଳରେ ୩ ମାସରେ ୪ମୃତ୍ୟୁ ଓ ବନ୍ତଳା ବନାଞ୍ଚଳରେ ମାସକ ଭିତରେ ୫ ମୃତ୍ୟ

ଅନୁଗୋଳ ବନଖଣ୍ଡରେ ପୃଥକ ପୃଥକ ଗାଁରେ ହାତୀ ଆକ୍ରମରେ ୨ ମୃତ ଅନୁଗୋଳ ବନାଞ୍ଚଳରେ ୩ ମାସରେ ୪ମୃତ୍ୟୁ ଓ ବନ୍ତଳା ବନାଞ୍ଚଳରେ ମାସକ ଭିତରେ ୫ ମୃତ୍ୟ

Malayagiri Express
Malayagiri ExpressMay 20, 2026in ସର୍ବଶେଷ ଖବର
ଅନୁଗୋଳ ବନଖଣ୍ଡରେ ପୃଥକ ପୃଥକ ଗାଁରେ ହାତୀ ଆକ୍ରମରେ ୨ ମୃତ  ଅନୁଗୋଳ ବନାଞ୍ଚଳରେ ୩ ମାସରେ ୪ମୃତ୍ୟୁ ଓ ବନ୍ତଳା ବନାଞ୍ଚଳରେ ମାସକ ଭିତରେ ୫ ମୃତ୍ୟ
0 likes0 comments

ଅନୁଗୋଳ ବନଖଣ୍ଡରେ ପୃଥକ ପୃଥକ ଗାଁରେ ହାତୀ ଆକ୍ରମରେ ୨ ମୃତ

ଅନୁଗୋଳ ବନାଞ୍ଚଳରେ ୩ ମାସରେ ୪ମୃତ୍ୟୁ ଓ ବନ୍ତଳା ବନାଞ୍ଚଳରେ ମାସକ ଭିତରେ ୫ ମୃତ୍ୟ

ଅନୁଗୋଳ ବନଖଣ୍ଡରେ ହାତୀ ମଣିଷ ଲଢେଇ ଜାରି ରହିଥିଲା ବେଳେ, ବୁଧବାର ଭୋର ସମୟରେ ଗୋଟିଏ ପଞ୍ଚାୟତର ପୃଥକ ପୃଥକ ଗାଁ ରେ ହାତୀ ଆକ୍ରମଣ ୨ ଜଣ ମୃତ୍ୟୁବରଣ କରିଥିବା ଜଣା ପଡିଛି । ମିଳିଥିବା ସୂଚ଼ନା ରୁ ଅନୁଗୋଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନ ନନ୍ଦପୁର ପଞ୍ଚାୟତ ଚନ୍ଦନପୁର ଗାଁର ଭୂବନ ପ୍ରଧାନ ୭୨ ସକାଳୁ ଶୌଚ ପାଇଁ ଯାଇ ଆମ୍ବ ତୋଟା ଆଡ଼େ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ । ସେଠାରେ ସେ ଏକ ହାତୀ ସହ ମୁହାଁ ମୁହିଁ ହୋଇଥିବା ବେଳେ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା, ଖବର ପାଇ ବନ କର୍ମଚାରୀ ଓ ବନ୍ତଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର ବେଳେ, ଗାଁ ଲୋକଙ୍କ ରୋଷର ଶିକାର ହୋଇଥିଲେ । ଗାଁ ଲୋକ ମାନେ ଶବକୁ ପୁରୁଣଗଡ଼ କରତପଟା ମୁଖ୍ୟ ରାସ୍ତାରେ ରଖି ଆନ୍ଦୋଳନ ଆରମ୍ଭ କରିଥିବା ଜଣାପଡିଛି । ସେହିପରି ବନ୍ତଳା ବନାଞ୍ଚଳ ପୋକତୁଙ୍ଗା ବିଟ ନନ୍ଦପୁର ପଞ୍ଚାୟତ ବାଘୁଆପାଟ ଆମ୍ବତୋଟାରେ ଜଣେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନାରୁ ମଧୁପୁର ଗାଁର ଧୂଳିଆ ଦେହୁରୀ ୫୫ ଭୋର ସମୟରେ ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ସେଠାରେ ମୃତକ ଧୂଳିଆଙ୍କୁ ହାତୀ କଚ଼ାଡି ଦେଇ ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାରେ ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ବନ୍ତଳା ପୋଲିସ ଓ ବନକର୍ମଚାରୀ ମାନେ ପହଞ୍ଚିଥିଲେ ମଧ୍ୟ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ଶବ ଜବତ କରିପାରିନଥିବା ବେଳେ, ଗ୍ରାମବାସୀଙ୍କ ସହ ଆଲୋଚନା ଜାରି ରହିଥିବା ସୂଚ଼ନା ମିଳିଛି । ସୂଚନା ଯେ ଗତ ୩ ମାସ ମଧ୍ୟରେ ଅନୁଗୋଳ ବନଖଣ୍ଡ ଅନୁଗୋଳ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗାଁରେ ହାତୀ ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ, କେବଳ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଗାଁରେ ମାସକ ମଧ୍ୟରେ ୫ଜଣଙ୍କ ମୃତ୍ୟୁ ହୋଇଛି ।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.