

ଅନୁଗୋଳ ରେଞ୍ଜ ସରଧାପୁର ପଞ୍ଚାୟତ ଗଦେଇମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣ ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଗଦେଇମୁଣ୍ଡା ଗାଁର ମହୀ ପ୍ରଧାନ ଙ୍କ ପୁଅ ଭୁବନ ପ୍ରଧାନ (୫୦) । ମିଳିଥିବା ସୂଚନାନୁଯାୟୀ, ସବୁଦିନ ଭଳି ସୋମବାର ସକାଳ ସମୟରେ ଭୁବନ ଏବଂ ତାଙ୍କ ସ୍ତ୍ରୀ ଗାଁ ନିକଟ ରେ ଥିବା ଜଙ୍ଗଲ କୁ ଗାଇ ଚ଼ରେଇବା ପାଇଁ ଯାଇଥିଲେ। ସେହି ସମୟରେ ଭୁବନଙ୍କ ସ୍ତ୍ରୀଙ୍କୁ ହାତୀ ଦେଖି ଗୋଡାଇ ଥିଲା। ଭୂବନ ପଳେଇ ଯା ହାତୀ ଗୋଡ଼ାଉଛି କହି ପାଟି କରିଥିଲେ । ତେବେ ଭୁବନ ସ୍ତ୍ରୀ ଦୌଡ଼ି ପଳାଇଥିବା ବେଳେ, ଭୂବନ ହାତୀ ମୁହଁରେ ପଡି ଯାଉଥିଲେ । ସେଠାରେ ଭୁବନକୁ ହାତୀ ଦଳି ଚକଟି ଦେଇଥିଲା । ଅପର ପକ୍ଷେ ଭୂବନଙ୍କ ସ୍ତ୍ରୀ ଗାଁ କୁ ପଳାଇ ଆସି ଗାଁ ଲୋକଙ୍କୁ ଜଣାବା ସହ ଲୋକଙ୍କ ମାଧ୍ୟମରେ ବନ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ଅନୁଗୋଳ ରେଞ୍ଜର ସଦଳବଳେ ଗାଁରେ ପହଁଚି ଗାଁ ଲୋକଙ୍କ ସହାୟତାରେ ଜଙ୍ଗଲ କୁ ଯାଇ ଖୋଜା ଖୋଜି କରି ଦେଖିବାକୁ ପାଇଲେ ଯେ, ଭୁବନ ହାତୀ ଆକ୍ରମଣରେ ଜଙ୍ଗଲ ଭିତରେ ପଡ଼ିରହିଛି । ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ବନ ବିଭାଗ ଗାଡି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଭୁବନ ଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁରୁଣାକୋଟ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଁଚି ମୃତ ଶରୀର କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା। ଘଟଣା ସଂପର୍କରେ ଖବର ପାଇ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ସୁଦୀପ ଗଡନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ମୃତକ ଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ ଅନୁଗୋଳ ଡିଏଫଓ କୁ ସାକ୍ଷାତ କରି ଯଥା ଶିଘ୍ର କ୍ଷତି ପୂରଣ ପ୍ରଦାନ ପାଇଁ ଆଲୋଚ଼ନା କରିଥିଲେ। ଏଥି ସହ ଶବ ସତ୍କାର ପାଇଁ କିଛି ଆର୍ଥିକ ସାହାଯ୍ୟ କରିଥିଲେ।

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.