

ହାତୀ ଆକ୍ରମଣରେ ମହିଳା ମୃତ
ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଜଣାଯାଇଛି । ମୃତ ମହିଳା ହେଲେ ଜ୍ୟୋସ୍ନାରାଣୀ ବିଶ୍ଵାଳ (୩୦), ସ୍ବାମୀ ବିଜୟ ବିଶ୍ଵାଳ। ସୂଚନା ଅନୁସାରେ ସଂପୃକ୍ତ ମହିଳା ସୋମବାର ସକାଳେ ଜଙ୍ଗଲ କୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡ଼ି ଯାଇ ଆକ୍ରମଣ ର ଶିକାର ହୋଇଥିଲେ । ଏହାପରେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ତାଙ୍କୁ ମାଧପୁର ଡାକ୍ତରଖାନା କୁ ଅଣାଯାଇଥିବା ବେଳେ ପରେ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ସବା ବ୍ୟବଚ୍ଛେଦ କରାଯାଇ ପରିବାରକୁ ସବ ହସ୍ତାନ୍ତର କରାଯାଇଥିଲା । ସନ୍ଧ୍ୟାରେ ବନ ବିଭାଗ ପକ୍ଷରୁ ତାଙ୍କ ତାଙ୍କ ପରିବାର ବର୍ଗଙ୍କୁ ତତ୍କାଳୀନ ଅନୁକମ୍ପା ମୂଳକ ସହାୟତା ତିରିଶ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାଯାଇଛି। ଅନ୍ୟପଟେ ତାଙ୍କ ପରିବାର ବର୍ଗଙ୍କୁ ଉଚିତ୍ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବୀ ହେଇଛି ।

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.