Malyagiri Express
Home/ସର୍ବଶେଷ ଖବର/ ହୋମଗାର୍ଡ ପଡ଼ିଆରେ ଘୁରିଲା ଗୋଠଛଡ଼ା ଦନ୍ତା , ଦେଖିବାକୁ ଲୋକଙ୍କ ଭିଡ଼

ହୋମଗାର୍ଡ ପଡ଼ିଆରେ ଘୁରିଲା ଗୋଠଛଡ଼ା ଦନ୍ତା , ଦେଖିବାକୁ ଲୋକଙ୍କ ଭିଡ଼

Malayagiri Express
Malayagiri ExpressMay 10, 2026in ସର୍ବଶେଷ ଖବର
 ହୋମଗାର୍ଡ ପଡ଼ିଆରେ ଘୁରିଲା ଗୋଠଛଡ଼ା ଦନ୍ତା , ଦେଖିବାକୁ ଲୋକଙ୍କ ଭିଡ଼
0 likes0 comments

ଅନୁଗୋଳ ସହରରେ ଭିତରେ ଦନ୍ତାହାତୀ

ହୋମଗାର୍ଡ ପଡ଼ିଆରେ ଘୁରିଲା ଗୋଠଛଡ଼ା ଦନ୍ତା , ଦେଖିବାକୁ ଲୋକଙ୍କ ଭିଡ଼

ଅନୁଗୋଳ ସହର ଭିତରକୁ ଏକ ଗୋଠଛଡ଼ା ଦନ୍ତାହାତୀ ପଶିଆସିବାରୁ ଶନିବାର ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ହାତୀଟି ସହରର ହୋମଗାର୍ଡ ପଡ଼ିଆ ଭିତରେ ଘୁରି ବୁଲୁଥିବା ବେଳେ ସ୍ଥାନୀୟ ଲୋକ ଦେଖିଥିଲେ। ଖବର ପ୍ରଚାର ହେବା ପରେ ହାତୀକୁ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଲାଗି ରହିଥିଲା।ସୂଚନା ଅନୁଯାୟୀ, ହାତୀଟି ମୁନିସିପାଲିଟିର ପାଚେରୀ ଭାଙ୍ଗି ହୋମଗାର୍ଡ ପଡ଼ିଆ ଭିତରକୁ ପଶିଥିବା କୁହାଯାଉଛି। ପଡ଼ିଆ ଭିତରେ ଥିବା କିଛି ଗଛକୁ ମଧ୍ୟ ହାତୀଟି ଭାଙ୍ଗି ଦେଇଥିବା ଦେଖାଯାଇଛି। ହାତୀଟି ରାତି ସମୟରେ ସହର ଭିତରକୁ ପଶିଆସିଥିବା ନେଇ ବନବିଭାଗ ସୂଚନା ଦେଇଛି।ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଉପରେ ନଜର ରଖିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ହାତୀ ନିକଟକୁ ନଯିବା ପାଇଁ ସତର୍କ କରାଯାଇଛି।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.