Malyagiri Express
Home/ସର୍ବଶେଷ ଖବର/ରାତି ଅଧରେ ହାତୀ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର

ରାତି ଅଧରେ ହାତୀ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର

Malayagiri Express
Malayagiri ExpressMay 8, 2026in ସର୍ବଶେଷ ଖବର
ରାତି ଅଧରେ ହାତୀ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର
0 likes0 comments

ରାତି ଅଧରେ ହାତୀ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର

ବନ୍ତଳା ବନାଞ୍ଚଳ ବସଲା ଗ୍ରାମ ପଞ୍ଚାୟତ ଆଦିଆଘାଇ ଗ୍ରାମରେ ଗୁରୁବାର ବିଳମ୍ୱିତ ରାତିରେ ଦୁଇଟି ହାତୀ ଆସି ଦୁଇ ପରିବାରର ଘର ବାରଣ୍ଡା ଓ ରୋଷେଇ ଘର ଭାଙ୍ଗି ଦେଇଥିବା ଜଣାପଡିଛି। ଗୁମାନି ଗୋଚ୍ଛାୟତଙ୍କ ରୋଷେଇ ଘର ଭାଙ୍ଗି ଭାତ ଡେକଚିରୁ ଭାତ ଖାଇବା ସହିତ ବାରଣ୍ଡା କାନ୍ଥ ଭାଙ୍ଗି ଟିଭି ଓ କୁଲର ଭାଙ୍ଗି ଦେଇଛନ୍ତି। ସେହିପରି ଟୁନା ଗୋଚ୍ଛାୟତର କବାଟ ଭାଙ୍ଗି ଦେଇଛି। ଦୁଇ ପରିବାର ଲୋକ ହାତୀ କ୍ଷୟକ୍ଷତି କରୁଥିବା ସ୍ଥାନରୁ ମାତ୍ର ପାଞ୍ଚ ଫୁଟ ଦୂରରେ ପରିବାର ଲୋକ ଶୋଇଥିଲା ବେଳେ, ଅଳ୍ପକେ ଦୁଇ ପରିବାରର ୧୫ ଜଣ ଲୋକ ବର୍ତ୍ତି ଯାଇଛନ୍ତି। ଶୁକ୍ରବାର ସକାଳୁ ଖବର ପାଇ ବନ ବିଭାଗର କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ବସଲା ସରପଞ୍ଚ ପହଞ୍ଚି କିପରି କ୍ଷତି ପୂରଣ ମିଳି ପାରିବ ସେ ନେଇ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କୁ ଖୁବଶିଘ୍ର କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ବନ୍ତଳା ରେଞ୍ଜର ପ୍ରଶନ୍ନ କୁମାର ସାହୁ କହିଛନ୍ତି ।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.