

ଅନୁଗୋଳ ରେ ଏନ୍ କାଉଣ୍ଟର। ହଣ୍ଡପା ନିକଟରେ ଅନୁଗୁଳ ପୋଲିସ କରିଛି ଡବଲ ଏନ୍ କାଉଣ୍ଟର। ସୂଚନା ମୁତାବକ ପୋଲିସ ଓ ଇନକମ ଟାକ୍ସ ର ପରିଚୟ ଦେଇ ତାଳଚେରର ହାଟତୋଟା ଅଞ୍ଚଳର ଦେହୁରୀ ମାର୍କେଟରେ ଥିବା ଶ୍ରୀ ବାଲାଜୀ ଗୋଲ୍ଡ ଆଣ୍ଡ ସିଲଭର ରିଫାଇନାରୀ ଦୋକାନରେ ପଶିଥିଲେ। ଏବଂ ପରେ ପ୍ରାୟ ୨୫୦ ଗ୍ରାମର ସୁନା ଲୁଟିନେଇଥିଲେ। ଏପରିକି ଦୋକାନୀ କର୍ମଚାରୀଙ୍କୁ ଅପହରଣ କରି ନେଇ ଅନୁଗୁଳ ସହର ନିକଟରେ ଛାଡ଼ିଦେଇ ଛୁ ମାରିଥିଲେ। ଆଜି ସନ୍ଧ୍ୟା ୬ଟା ୧୫ ବେଳକୁ ଅନୁଗୁଳ ତାଳଚେର ସହରରେ ଘଟିଥିବା ଏ ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଛି। ଲୁଟେରାଙ୍କ ଭିଜୁଆଲ ଦୋକାନର ସିସିଟିଭିରେ କଏଦ ମଧ୍ୟ ହୋଇଛି। ଖବର ପାଇ ତାଳଚେର ପୁଲିସ୍ ସମେତ ଅନୁଗୁଳ ପୁଲିସର ଅନେକଗୁଡ଼ିଏ ଟିମ ଓ ସ୍ପେସାଲ୍ ସ୍କ୍ୱାଡ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦି କରି ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି। ସେହିପରି ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲା ସମେତ ରାଜ୍ୟର ସବୁ ଥାନାକୁ ଗାଡ଼ି ସମ୍ପର୍କରେ ସୂଚନା ଦେଇ ଆଲର୍ଟ ରହିବାକୁ ଅନୁରୋଧ କରିଥିଲା। ଗତ କାଲି ସନ୍ଧ୍ୟା ୬ ଟା ୧୫ ମିନିଟ୍ ବେଳକୁ ଏକ ହ୍ୟୁଣ୍ଡାଇ ଭର୍ନା କାରରେ ଆସି ୩ ଜଣ ବ୍ୟକ୍ତି ହଠାତ୍ ତାଳଚେର ହାତତୋଟାସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ଆଣ୍ଡ ସିଲଭର ରିଫାଇନାରୀରେ ପହଞ୍ଚି ରେଡ୍ ପାଇଁ ଭୁବନେଶ୍ୱର ପୁଲିସରୁ ଆସିଥିବା କହିଲେ। ଏଠି ତୁମ ଗହଣା ଦୋକାନରେ ପ୍ରତିଦିନ କିଲେ ଦୁଇ କିଲୋର ସୁନା ନେଣଦେଣ ହେଉଛି। ତେଣୁ ଏବେ ରେଡ୍ ହେବ। କେତେ ଗହଣା ଅଛି ଦେଖାଅ। ଏମିତି କହି କିଛି ସମୟ ଦୋକାନ ଯାଞ୍ଚ କରିବା ପରେ ବିଭିନ୍ନ ଗହଣା ଦୋକାନରୁ ଆସି ମେଲଟିଂ ହୋଇ ରଖାଯାଇଥିବା ସୁନା ଡବା ସହ ଜଣେ ଦୋକାନୀ କର୍ମଚାରୀଙ୍କୁ ଗାଡ଼ିରେ ବସାଇ ଭୁବନେଶ୍ବର ଅଭିମୁଖେ ବାହାରିଲେ। ଅନୁଗୁଳ କାଲଟାକ୍ସ ଛକ ନିକଟରେ ଦୋକାନୀ କର୍ମଚାରୀଙ୍କୁ ଛାଡ଼ି ଛୁ ମାରିଥିଲେ। ଅପର ପକ୍ଷରେ ଏ ନେଇ ତାଳଚେର ଥାନାରେ ଶ୍ରୀ ବାଲାଜୀ ଗୋଲ୍ଡ ଆଣ୍ଡ ସିଲଭର ରିଫାଇନାରୀର ମାଲିକ ଅଭିଯୋଗ କରିଥିଲେ। ତା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦୁଇ ଲୁଟେରା ଙ୍କୁ ଧରିବା ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳ ନାକାବନ୍ଦି କରିବା ସହିତ ସେମାନଙ୍କୁ ଏନ୍ କାଉଣ୍ଟର କରିଛି।

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.