

ପ୍ରଚୁର ପରିମାଣ ର କେନ୍ଦୁପତ୍ର ସହିତ ପିକଅପ ଭ୍ୟାନ ଜବତ, ଜଣେ ଗିରଫ
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପକ୍ଷରୁ ରାଇଝରଣ ସେକ୍ସନର କୋରଡ଼ା ଗାଁରେ ଚଢ଼ାଉ କରି ପ୍ରଚୁର ପରିମାଣ ରେ କେନ୍ଦୁପତ୍ର ବଣ୍ଡଲ ସହ ଏକ ପିକଅପ ଭ୍ୟାନ ଓ ଜଣଙ୍କୁ ଗିରଫ କରିଛି l ଗିରଫ ଯୁବକ ଜଣଙ୍କ ବଡହିଂସର ଗାଁର କେଦାର ପ୍ରଧାନ l ସୂଚନା ଯେ ଲକ୍ଷାଧିକ ଟଙ୍କାର ବ୍ୟାପକ କେନ୍ଦୁପତ୍ର ଏକ ପିକଅପ ଭ୍ୟାନରେ ବୋଝେଇ ହୋଇ ଅନୁଗୋଳ ଚାଲାଣ ହେଉଥିବା ଖବର ପାଇ ଛେଣ୍ଡିପଦା ବନାଞ୍ଚଳର ଫରେଷ୍ଟର ଦିଗାମ୍ବର ନାୟକ ଓ ବନକର୍ମଚାରି ମାନେ କୋରଡ଼ା ପଥୁରିଆ ସାହି ନିକଟରେ ଚଢ଼ାଉ କରିଥିଲେ l ତେବେ ବନବିଭାଗକୁ ଦେଖି ପିକଅପ ଭ୍ୟାନର ଚାଳକ ଫେରାର ହୋଇ ଯାଇଥିବା ବେଳେ କେଦାର ପ୍ରଧାନଙ୍କୁ ବନବିଭାଗ ଗିରଫ କରିଥିଲା l ପରେ ବନବିଭାଗ ଜବତ ପତ୍ର ବୋଝେଇ ପିକଅପ ଭ୍ୟାନକୁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ l ତେବେ ପିକଅପ ଭ୍ୟାନରେ ୨୩୪ଟି କେନ୍ଦୁପତ୍ର ବଣ୍ଡଲ ରହିଥିବା ବେଳେ ଆନୁମାନିକ ଲକ୍ଷାଧିକ ଟଙ୍କା ହେବ ବୋଲି ବନବିଭାଗ ପ୍ରକାଶ କରିଛି l ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ଛାନ ଭିନ ଜାରି ରଖିଥିବା ବନବିଭାଗ ସୂଚନା ଦେଇଛି l

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.