Malyagiri Express
Home/ସର୍ବଶେଷ ଖବର/ସାତକୋଶିଆ ରେ ଜନ୍ମ ନେଲେ ୧୧ଟି ଘଡ଼ିଆଳ କୁମ୍ଭୀର ଶାବକ

ସାତକୋଶିଆ ରେ ଜନ୍ମ ନେଲେ ୧୧ଟି ଘଡ଼ିଆଳ କୁମ୍ଭୀର ଶାବକ

Malayagiri Express
Malayagiri ExpressMay 25, 2026in ସର୍ବଶେଷ ଖବର
ସାତକୋଶିଆ ରେ ଜନ୍ମ ନେଲେ ୧୧ଟି ଘଡ଼ିଆଳ କୁମ୍ଭୀର ଶାବକ
0 likes0 comments

ସାତକୋଶିଆ ରେ ଜନ୍ମ ନେଲେ ୧୧ଟି ଘଡ଼ିଆଳ କୁମ୍ଭୀର ଶାବକ

ଅନୁଗୋଳ ଜିଲା ସାତକୋଶିଆ ଗଣ୍ଡରୁ ଆସିଲା ଖୁସି ଖବର। ସାତକୋଶିଆ ସ୍ଥିତ ମହାନଦୀ ଗଣ୍ଡର ବଳଦମରା ଠାରେ ରବିବାର ରାତିରେ ଅଣ୍ଡା ଫୁଟି ବାହାରିଲେ ୧୧ଟି ଘଡ଼ିଆଳ କୁମ୍ଭୀର ଶାବକ। ମିଳିଥିବା ସୂଚନା ଅନୁଯାୟୀ ସାତକୋଶିଆ ଗଣ୍ଡରେ ଘଡ଼ିଆଳ କୁମ୍ଭୀର ବଂଶ ବୃଦ୍ଧି ପାଇଁ ବନବିଭାଗ ପକ୍ଷରୁ ବହୁ ବର୍ଷ ଧରି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ସୂଚନା ଯେ, ଗତ ୨୦୨୧ ମସିହା ଏଠାରେ ୨୮ଟି ଘଡିଆଳ କୁମ୍ଭୀର ଶାବକ, ୨୦୨୨ରେ ୩୦ଟି, ୨୦୨୩ରେ ୩୨ଟି, ୨୦୨୪ରେ ୩୫ଟି ଏବଂ ୨୦୨୫ ରେ ୩୨ଟି ଶାବକ ଜନ୍ମ ନେଇଥିଲା ବେଳେ, ଚ଼ଳିତ ବର୍ଷ ଏ ପର୍ଯ୍ୟନ୍ତ ଘଡ଼ିଆଳ କୁମ୍ଭୀର ଦେଇଥିବା ମୋଟ ୧୫୭ଟି ଅଣ୍ଡାରୁ ରବିବାର ରାତ୍ରି ସୁଧା ୧୧ଟି ଅଣ୍ଡା ଫୁଟି ଛୁଆ ବାହାରିଥିବା ଜଣାପଡିଛି । ଫଳ ସ୍ୱରୂପ ସରକାରଙ୍କ ଯୋଜନା ଧୀରେ ଧୀରେ ସଫଳ ହୋଇପାରିଛି ବୋଲି ସାତ କୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଗଦାଧର ପାତ୍ର କହିଛନ୍ତି । ଏଥି ସହ ଚଳିତ ବର୍ଷ ଆହୁରି ଅଧିକ ଘଡ଼ିଆଳ ଶାବକ ଜନ୍ମ ଗ୍ରହଣ କରିବା ନେଇ ଆଶାବ୍ୟକ୍ତ କରିଛନ୍ତି ବନଖଣ୍ଡ ଅଧିକାରୀ ଶ୍ରୀ ପାତ୍ର ।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.