Malyagiri Express
Home/ସର୍ବଶେଷ ଖବର/ ଗାଡି ଧକ୍କାରେ ଜିଅନ୍ତା ଜଳିଗଲେ ବାଇକ ଚାଳକ, ଅନ୍ୟଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ

ଗାଡି ଧକ୍କାରେ ଜିଅନ୍ତା ଜଳିଗଲେ ବାଇକ ଚାଳକ, ଅନ୍ୟଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ

Malayagiri Express
Malayagiri ExpressMay 29, 2026in ସର୍ବଶେଷ ଖବର
 ଗାଡି ଧକ୍କାରେ ଜିଅନ୍ତା ଜଳିଗଲେ ବାଇକ ଚାଳକ, ଅନ୍ୟଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ
1 likes0 comments

ଗାଡି ଧକ୍କାରେ ଜିଅନ୍ତା ଜଳିଗଲେ ବାଇକ ଚାଳକ, ଅନ୍ୟଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ

କଣିହାଁ ବ୍ଲକ ସମଲ ଥାନା ୧୪୯ ନମ୍ୱର୍ ଜାତୀୟ ରାଜପଥର ବୁରୁକୁନା ପଞ୍ଚାୟତ ସମାକୋଇ ବ୍ରିଜ୍ ଉପରେ ଶୁକ୍ରବାର ବଡି ଭୋରୁ ଅଜଣା ଗାଡି ଧକ୍କାରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବା ସହିତ ସେଥିରୁ ଉତ୍ପନ୍ନ ନିଆଁରେ ଜଳି ଜଣେ ଯୁବକ ମୃତ ଓ ଅନ୍ୟଜଣେ ଗୁରୁତର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

। ଜୀବନ୍ତ ଦଗ୍ଧ ହୋଇଯାଇଥିବା ବ୍ୟକ୍ତି ତୁରଙ୍ଗ ଅଞ୍ଚଳର ଦୀପକ ପ୍ରଧାନ ହୋଇଥିବା ବେଳେ ଆହତ ଯୁବକ ଯିଏ କି ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁବରଣ କରିଛନ୍ତି ସେ ହେଲେ ରାଜକିଶୋର ପଡା ଅଞ୍ଚଳ ର ରଞ୍ଜନ ସାହୁ। ସୂଚନା ମୁତାବକ ଖମାର ଆଡୁ ପିତିରି ଆଡ଼କୁ ଯାଉଥିବା ବାଇକକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ବାଇକଟିକୁ ପ୍ରାୟ ଦୁଇ ଶହ ମିଟର ଘୋଷାଡ଼ି ନେଇଥିଲା। ସେଥିରେ ଦୁଇଜଣ ଯାଉଥିବା ବେଳେ ଜଣେ ଦୂରକୁ ଛିଟିକି ପଡିଥିଲା। ତେବେ ଦୁର୍ଘଟଣା ଯୋଗୁଁ ବାଇକରେ ନିଆଁ ଲାଗିବାରୁ ତା ସହିତ ଦୀପକ ଜଳିଯାଇଥିଲେ। ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ସକାଳେ ସମଲ ପୋଲିସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ପ୍ରଥମେ ଖମାର୍ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ scb ମେଡିକାଲ୍ ନିଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.