Malyagiri Express
Home/ସର୍ବଶେଷ ଖବର/ସ୍ତନ୍ୟ କ୍ଷୀର ଦାନ କରି ଚର୍ଚ୍ଚା ରେ ମହିଳା ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା

ସ୍ତନ୍ୟ କ୍ଷୀର ଦାନ କରି ଚର୍ଚ୍ଚା ରେ ମହିଳା ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା

Malayagiri Express
Malayagiri ExpressMay 18, 2026in ସର୍ବଶେଷ ଖବର
ସ୍ତନ୍ୟ କ୍ଷୀର ଦାନ କରି ଚର୍ଚ୍ଚା ରେ ମହିଳା ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା
1 likes0 comments

#ସ୍ତନ୍ୟ_କ୍ଷୀର_ଦାନ_କରି_ଚର୍ଚ୍ଚାରେ_ଜ୍ୱାଲା

ପ୍ରସିଦ୍ଧ ମହିଳା ବ୍ୟାଡ ମିଣ୍ଟନ୍ ଖେଳାଳି ଜ୍ୱାଲା ଗୁଟ୍ଟା। ଏବେ କରିଥିବା ବ୍ରେଷ୍ଟ ମିଲ୍କ ଡୋନେସନ୍କୁ ନେଇ ସେ ଏବେ ଚର୍ଚ୍ଚାରେ। ତାଙ୍କର ୨ ୟ ସନ୍ତାନ ଭାବେ କନ୍ୟା ମୀରା ଜନ୍ମ ନେଲା ପରେ ଜ୍ୱାଲା ଅନୁଭବ କଲେ ଯେ ତାଙ୍କ ଶରୀରରେ ତାଙ୍କ ନିଜ ଶିଶୁ ପାଇଁ ଆବଶ୍ୟକ ହେଉଥିବା କ୍ଷୀର ଠାରୁ ଅଧିକ ସ୍ତନ୍ୟ କ୍ଷୀର ପ୍ରସ୍ତୁତ ହେଉଛି। ସେ ନିଜ ଡାକ୍ତର ଓ ତାଙ୍କ ଭଉଣୀଙ୍କ ପରାମର୍ଶ କ୍ରମେ ଉଦବୃତ୍ତ ସ୍ତନ୍ୟ କ୍ଷୀରକୁ ନଷ୍ଟ କରିବା ପରିବର୍ତ୍ତେ ନବଜାତ ଶିଶୁଙ୍କୁ ଦାନ କରିବା ଆରମ୍ଭ କଲେ। ସେ ସରକାରୀ ଡାକ୍ତରଖାନା ଓ ଦୁଗ୍ଧ ବ୍ୟାଙ୍କ ଗୁଡ଼ିକୁ ସର୍ଵ ମୋଟ୍ ୩୦ ରୁ ୫୦ ଲିଟର ଯାଏ ସ୍ତନ୍ୟ କ୍ଷୀର ଦାନ କଲେ। ସେ ଏହି ଡୋନର୍ ମିଲ୍କ ଡ୍ରାଇଭ୍ ରେ ପ୍ରତିଦିନ ପ୍ରାୟ ୬୦୦ ମିଲି ଲିଟର କ୍ଷୀର ବାହାର କରି ସରକାରୀ ଡ଼ାକ୍ତରଖାନା ରେ ଦେଉଥିଲେ। ସେ ଚେନ୍ନାଇ ଓ ଏଗମୋର୍ ର NICU ରେ ଭର୍ତ୍ତି ହୋଇଥିବା ନବଜାତ ଶିଶୁ ମାନଙ୍କ ପାଇଁ " ଅମୃତମ୍ ଫାଉଣ୍ଡେସନ" ମାଧ୍ୟମରେ ମଧ୍ୟ ୧୪,୫୦୦ ମିଲି ଲିଟର (୭୦) ପ୍ୟାକେଟ୍ କ୍ଷୀର ପହଞ୍ଚାଇ ଥିଲେ। ତାଙ୍କର ଏହି ସହଯୋଗ ସେଇ ସବୁ ନୀରିହ ଶିଶୁ ମାନଙ୍କ ପାଇଁ ଜୀବନ ଦାନ ପ୍ରମାଣିତ ହେଲା, ଯେଉଁମାନେ ଜୀବନ ଓ ମୃତ୍ୟୁ ମଝିରେ ଆଇସିୟୁ (NICU) ରେ ସଂଘର୍ଷ କରୁଥିଲେ। ଯେଉଁ ଶିଶୁ ମାନଙ୍କ ମା ମାନଙ୍କର ମୃତ୍ୟୁ ହୋଇ ଯାଇଥିଲା କିମ୍ଵା ଯେଉଁ ମାନଙ୍କ ମା ' ର ଶରୀରରେ କୌଣସି ରୋଗ ବା କୁପୋଷଣ କାରଣରୁ ପର୍ଯ୍ୟାପ୍ତ କ୍ଷୀର ତିଆରି ହୋଇ ପାରୁ ନଥିଲା। ଜ୍ୱାଲା ଗୁଟ୍ଟାଙ୍କ ଏହି 'ତରଳ ସୁବର୍ଣ୍ଣ ବା ଲିକ୍ୱିଡ ଗୋଲ୍ଡ' କେତେ ଯେ ଶିଶୁଙ୍କୁ ସଂକ୍ରମଣ ଓ ଅଘଟଣରୁ ବଞ୍ଚାଇ ନୂଆ ଜୀବନ ପ୍ରଦାନ କଲା ତାର ହିସାବ ନାହିଁ।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.