Malyagiri Express
Home/ସର୍ବଶେଷ ଖବର/ବମ୍ ତିଆରି କରିବା ବେଳେ ଫୁଟିଗଲା ବମ୍,ଯୁବକ ଙ୍କ ଦୁଇ ପାପୁଲି ଛିଣ୍ଡିଗଲା

ବମ୍ ତିଆରି କରିବା ବେଳେ ଫୁଟିଗଲା ବମ୍,ଯୁବକ ଙ୍କ ଦୁଇ ପାପୁଲି ଛିଣ୍ଡିଗଲା

Malayagiri Express
Malayagiri ExpressJune 18, 2026in ସର୍ବଶେଷ ଖବର
ବମ୍ ତିଆରି କରିବା ବେଳେ ଫୁଟିଗଲା ବମ୍,ଯୁବକ ଙ୍କ ଦୁଇ ପାପୁଲି ଛିଣ୍ଡିଗଲା
0 likes0 comments

ବମ୍ ତିଆରି କରିବା ବେଳେ ଫୁଟିଗଲା ବମ୍, ଛିଣ୍ଡିଗଲା ଯୁବକ ଙ୍କ ଦୁଇ ପାପୁଲି । ଅନ୍ୟ ଦୁଇ ସହଯୋଗୀ ଆହତ । ପରଜଙ୍ଗ୧୮।୬(ନିଗମାନନ୍ଦ ଦଳବେହେରା) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଅଞ୍ଚଳ ରେ ଏକ ଅଘଟଣ ଘଟି ଯାଇଛି । ଜଙ୍ଗଲ ରୁ ବାରାହା ଶିକାର କରିବା ନିମନ୍ତେ ବମ୍ ତିଆରି କରିବା ସମୟ ରେ ବମ୍ ଫୁଟି ଯିବାରୁ ଜଣେ ଯୁବକ ଙ୍କ ଦୁଇ ପାପୁଲି ଛିଣ୍ଡି ଯାଇଥିବା ବେଳେ ଦୁଇ ସହଯୋଗି ମଧ୍ୟ ଆହତ ହୋଇଛନ୍ତି ।ସୂଚନା ମୁତାବକ ଗୁରୁବାର ମଧ୍ୟାହ୍ନ ବେଳେ ପରଜଙ୍ଗ ଥାନା ଗଣ୍ଡତୈଲା ଦଳିତ ବସ୍ତିର ବବୁରୁ ନାଏକ ଙ୍କ ବଡ ପୁଅ ବୀରେନ୍ଦ୍ର ନାଏକ (୨୪) ବର୍ଷ ଙ୍କ ସହ ଆଉ ଦୁଇ ଜଣ ସହଯୋଗୀ କନ୍ଦରସିଂହା ଅଞ୍ଚଳ ରେ ଏକତ୍ର ବସି ବାରହା ଶିକାର ନିମନ୍ତେ ଉଦ୍ଦିଷ୍ଟ ବମ୍ ତିଆରି କରୁଥିଲେ ।ତେବେ ଦୁଇ ଶହଯୋଗୀ ପାଖରେ ଥିବା ବେଳେ ବୀରେନ୍ଦ୍ର ବମ୍ ଭିଡୁଥିଲେ ତେବେ ବମ୍ ଟିକୁ ଜୋର୍ ରେ ସୁତୁଲି ଭିଡ଼ି ଦେବାରୁ ବମ୍ ଟି ଫାଟି ଯାଇଥିଲା ।ଯାହା ଫଳ ରେ ବୀରେନ୍ଦ୍ର ଙ୍କ ଦୁଇ ହାତ ପାପୁଲି ଛିଣ୍ଡି ପଡ଼ିଥିଲା ଏବଂ ଅନ୍ୟ ଦୁଇ ସାଥୀ ମଧ୍ୟରୁ ଜଣକ ମୁହଁ ପୋଡ଼ି ଯାଇଥିବା ବେଳେ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି ।ତୁରନ୍ତ ଗୁରୁତର ବୀରେନ୍ଦ୍ର ଙ୍କୁ ଏକ ବାଇକ୍ ଯୋଗେ ଗଣ୍ଡତୈଲା ସାହିକୁ ଆଣିଥିବା ବେଳେ ସେଠାରୁ ଏକ ସ୍କୁଟି ସାହାଯ୍ୟରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା ।ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତଖାନାକୁ କୁ ସ୍ଥାନାନ୍ତର କରାଯାଇଛି । ସେହିପରି ଅନ୍ୟ ଦୁଇ ସହଯୋଗୀ ଭୟଭୀତ ହୋଇ ଅନ୍ୟ ସ୍ଥାନକୁ ଯାଇ ଚିକିତ୍ସା ହୋଇଥିବା ସୂଚନା ମିଳିଛି । ଏହି ବିଷୟ ରେ ଆହତ ବୀରେନ୍ଦ୍ର କୁହନ୍ତି ଜଙ୍ଗଲ ବାରହା ଶିକାର କରିବାକୁ ବମ୍ ଭିଡୁଥିବା ବେଳେ ଏପରି ଘଟିଛି । ଆହତ ଙ୍କ ସାନ ଭାଇ କୁହନ୍ତି ଭାଇଙ୍କୁ କଟକ ବଡ଼ ଡାକ୍ତଖାନାକୁ ନିଆଯାଇଥିଲା ସେଠାରେ ଆଡମିଶନ୍ କରାଯାଇଛି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଦୁଇ ହାତ ର ପାପୁଲି ନଷ୍ଟ ହୋଇ ଯାଇଥିବାରୁ କାଟି ଦିଆଯିବ । ଏହି ବିଷୟ ରେ ଡିହଡୋଳ ଫରେଷ୍ଟର ଚନ୍ଦ୍ର ଶେଖର ବେହେରା କୁହନ୍ତି ଖବର ପାଇଛୁ ଘଟଣାର ତଦନ୍ତ ଚାଲିଛି ଖୁବ୍ ଶୀଘ୍ର ଜନ୍ତ୍ ଶିକାର ପାଇଁ କିଏ କିଏ ବମ୍ ତିଆରି କରୁଥିଲେ ଆଉ କିଏ ସାମିଲ ଅଛନ୍ତି ତାହା ସ୍ପଷ୍ଟ ହେବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ପୋଲିସ ମଧ୍ୟ ଘଟଣା ଉପରେ ନଜର ରଖିଥିବା ସୂଚନା ଦେଇଛନ୍ତି । ଏହି ବମ୍ ଉପରେ ଆମିଷ ସାମଗ୍ରୀ ଯଥା କୁକୁଡ଼ା ପୁଟା ରଖି ବାରହା ଯାଉଥିବା ରାସ୍ତାରେ ରଖି ନିକଟସ୍ଥ ଗଛ ଉପରେ ଜଗି ରୁହନ୍ତି ।ଆମିଷ ବାସ୍ନା ରେ ବାରହା ଉକ୍ତ ଆମିଷ ଜିନିଷ କୁ କାମୁଡିବା ସମୟ ରେ ବମ୍ ଟି ପାଟିରେ ଫାଟିଯାଏ ଫଳ ରେ ବାରହା ର ମୁହଁ ସମ୍ପୂର୍ଣ୍ଣ ନଷ୍ଟ ହେବାସହ କିଛି ଦୂର ରେ ପଡି ମୃତ୍ୟୁ ବରଣ କରେ ପରେ ତାକୁ ଆଣି କରିବା ପରେ ନିୟମିତ ଗ୍ରାହକ ମାନଙ୍କୁ ଫୋନ୍ ଯୋଗେ ସୂଚନା ଦେଇ ଏହି ମାଂସ ବିକ୍ରି କରିଥାନ୍ତି ବୋଲି ସୂଚନା ମିଳିଛି ।ଏହି ବେଆଇନ୍ ବମ୍ ବିଭିନ୍ନ ସ୍ଥାନରେ ତିଆରି ହେଉଥିଲେ ମଧ୍ୟ ଏହାର ଟେର୍ ପାଉନାହାନ୍ତି ବନ୍ ବିଭାଗ କର୍ମଚାରୀ ଫଳ ରେ ପରିବେଶ ବିତି କ୍ଷଭୋ ପ୍ରକାଶ କରିଛନ୍ତି ।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.