

ଅନୁଗୋଳରେ ହାତୀ ଆକ୍ରମଣରେ ଗଲା ଆଉ ଏକ ଜୀବନ,ଜଣେ ଗୁରୁତର
ଅନୁଗୁଳ ଜିଲାରେ ଦିନକୁ ଦିନ ବଢ଼ି ଚାଲିଛି ହାତୀ ଆକ୍ରମଣ ମୃତ୍ୟୁ ସଂଖ୍ୟା। ଗତ ୩ ମାସ ମଧ୍ୟରେ ଅନୁଗୋଳ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଗାଁରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଗତ ମାସକ ମଧ୍ୟରେ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଗାଁରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଗୁରୁବାର ମଧ୍ଯରାତ୍ରରେ ବନ୍ତଳା ବନାଞ୍ଚଳ ଅଧିନ ବନରପାଳ ବ୍ଲକ ଗଡ଼ତଳମୂର ପଞ୍ଚାୟତ ଖଇରା ସାହିରେ ପଶି ଘର ଭାଙ୍ଗିଛି ହାତୀ। ଫଳରେ ଘର କାନ୍ଥ ପଡ଼ି ଜଣେ ବ୍ୟକ୍ତି ମୃତ ହୋଇଥିବା ଜଣାପଡିଛ। ଏଭଳି ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି ଖଇରା ସାହିର ଆର୍ତ୍ତ ବେହେରା । ସେ ରାତିରେ ଶୋଇଥିବା ବେଳେ, ଏକ ବଣୁଆ ହାତୀ ଖାଦ୍ୟ ଅନ୍ୱେଷଣରେ ଖଇରା ସାହି ଭିତରେ ପଶି ଯାଇଥିଲା । ସେଠାରେ ରାସ୍ତା ଅତି ସଂକିର୍ଣ୍ଣ ଥିବାରୁ ହାତୀଟି ବାହାକୁ ବାହାରି ନପାରି ଆର୍ତ୍ତ ଭୋଇଙ୍କ ଘର ଉପରେ ଆକ୍ରମଣ କରିଥିଲା। ହାତୀଟି ଘରର କାନ୍ଥକୁ ଭାଙ୍ଗି ଦେଇଥିବା ବେଳେ ଘର ଭିତରେ ଶୋଇଥିବା ଆର୍ତ୍ତଙ୍କ ଉପରେ କାନ୍ଥଟି ମାଡ଼ି ବସିଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଗାଁ ଲୋକଙ୍କ ଠାରୁ ଖବର ପାଇ ବନ୍ତଳା ରେଞ୍ଜର ପ୍ରଶନ୍ନ କୁମାର ସାହୁ ବନବିଭାଗର ଏକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଗୁରୁତରଙ୍କୁ ଉଦ୍ଧାର କରି ତୁରନ୍ତ ଅନଗୁଳ ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଗ୍ରାମରେ ଭୟ ଓ ଶୋକର ପରିବେଶ ଖେଳିଯାଇଛି। ବାରମ୍ବାର ଏହି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ସହ ହାତୀ ଘଉଡ଼ାଇବା ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ଏନେଇ ମୃତକଙ୍କ ପରିବାରଙ୍କୁ ଅଗ୍ରୀମ ଏକ ଲକ୍ଷ ଟଙ୍କା ପ୍ରଦାନ ସହ ଖୁବଶିଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ରେଞ୍ଜର ପ୍ରକାଶ କରିଛନ୍ତି।

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.