

କଣିହାଁ: ହତ୍ୟା କରି ପାଇପ ଲାଇନକୁ ଫୋପାଡ଼ି ଜାଳି ଦେବା ଘଟଣାରେ ଦୁଇ ଗିରଫ। ୫ ଶହ ଟଙ୍କା ପାଇଁ କରିଥିଲେ ହତ୍ୟା। ଦୁଇ ଅଭିଯୁକ୍ତ ହେଲେ ବଇଣ୍ଡା ଗ୍ରାମର ରୁଦ୍ର ଦେହୁରୀ ଓ ପରଜଙ୍ଗ ଥାନା ସରକିଶୋରପାଳ ଗ୍ରାମର ସନତ ନାଏକ। ବହୁ ଚର୍ଚ୍ଚିତ କଣିହାଁ ଆସପଣ୍ଡ ପାଇପ ଲାଇନ୍ ନିକଟରେ ପଡ଼ିଥିବା ଅର୍ଦ୍ଧଦଗ୍ଧ ମୃତ ଦେହ ଘଟଣା ର ତଦନ୍ତ ପରେ କଣିହାଁ ପୋଲିସ ଦୁଇ ଜଣକୁ ଗିରଫ କରିଛି। ସୂଚନା ମୁତାବକ ତିନି ଜଣ ମିଶି କୌଣସି ସ୍ଥାନ ରୁ ୫ ସହ ଟଙ୍କା ଆଣିଥିଲେ। ଯାହା ସେମାନେ ନିଜ ଭିତରେ ଭାଗ କରି ନେବାର ଯୋଜନା ଥିଲା। କିନ୍ତୁ ମୃତକ ବାରୁ ବେହେରା ସେହି ଟଙ୍କା ରେ ମଦ ପିଇ ଦେବା ପରେ ତାଙ୍କ ର ଦୁଇ ସାଙ୍ଗ ଉତ୍କ୍ଷିପ୍ଟ ହୋଇ ତାଙ୍କୁ ଏକ ପୋଲ ନିକଟରେ ଗଳା ଚିପି ହତ୍ୟା କରିଥିଲେ। ଓ ପରେ ସେହି ମୃତ ଦେହ କୁ ଏକ ବାଇକ୍ ରେ ଆଣି ପାଇପ ଲାଇନ୍ ନିକଟରେ ଫୋପାଡି ଦେଇଥିଲେ। କିଛି ଦିନ ପରେ ମୃତ ଦେହ ଦୁର୍ଗନ୍ଧ ହେବାରୁ ପେଟ୍ରୋଲ ଆଣି ମୃତ ଦେହ କୁ ଜାଳି ଦେଇଥିଲେ। ଯେଉଁ ଘଟଣା ରେ ପୋଲିସ ତଦନ୍ତ ପରେ ଦୁଇ ଜଣକୁ ଗିରଫ କରିଛି।

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.