Malyagiri Express
Home/ଅପରାଧ/ଚାକିରି କରାଇଦେବା ବାହାନାରେ ଲକ୍ଷାଧିକ ଠକେଇ, ଜଣେ ଗିରଫ

ଚାକିରି କରାଇଦେବା ବାହାନାରେ ଲକ୍ଷାଧିକ ଠକେଇ, ଜଣେ ଗିରଫ

Malayagiri Express
Malayagiri ExpressApril 26, 2026in ଅପରାଧ
ଚାକିରି କରାଇଦେବା ବାହାନାରେ ଲକ୍ଷାଧିକ ଠକେଇ, ଜଣେ ଗିରଫ
0 likes0 comments

ତାଳଚେର ଭରତପୁର କୋଇଲା ଖଣିରେ ରହିଥିବା ସାଇଲୋରେ ଚାକିରୀ କରାଇଦେବା କହି ୨୦ ଲକ୍ଷ ଟଙ୍କା ଠକିନେଲେ ତିନି ଜଣ ଠକ । ୨୬ ଜଣଙ୍କ ଠାରୁ ଏମସିଏଲର ସାଇଲୋରେ ଚାକିରୀ କରାଇ ଦେବା କହି ଲୁଟିନେଇଥିଲେ ଲକ୍ଷାଧିକ ଟଙ୍କା ।ଲୁଟର ଶିକାର ହୋଇଥିବା ବ୍ୟକ୍ତି ମାନେ ଯେତେବେଳେ ମିଛ ଚାକିରୀ ବୋଲି ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପାଇ ତାଳଚେର ଜାମ୍ବୁବାହାଳି ଗ୍ରାମର ଶତ୍ରୁଘଂ ରଣାଙ୍କୁ ଗୋପାଳ ପ୍ରସାଦ ପୋଲିସ ଗିରଫ କରିଛି। ଅନ୍ୟପଟେ ଆଉ ଦୁଇଜଣ ଠକ ଫେରାର ହୋଇଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନା ଅନୁସାରେ ଅନୁଗୋଳ ଓ ତାଳଚେରର ବିଭିନ୍ନ ଅଞ୍ଚଳରୁ ପାଖା ପାଖି ୨୬ ଜଣଙ୍କ ଠାରୁ ଏମ.ସି .ଏଲ ବିଭିନ୍ନ ବିଭାଗରେ ଚାକିରି କରାଇଦେବା ନାଁରେ ଏହି ଟଙ୍କା ଲୁଟିଥିଲେ ତିନି ଠକ । ଖାଲି ସେତିକି ନୁହଁ ସମସ୍ତଙ୍କୁ ମିଛ ନିଯୁକ୍ତି ପତ୍ର ପ୍ରଦାନ କରି ଖଣିରେ ଏକ ଘରେ ଫଟୋ ଉଠାଇ ତାଙ୍କ ହାଜିରା ପଡୁଥିବା କହି ତାଙ୍କୁ ଠକି ଚାଲିଥିଲେ । ତେବେ କିଛି ମାସ ଯିବା ପରେ ତାଙ୍କୁ କୌଣସି ଦରମା ମିଳିନଥିଲା । ଯାହାକୁ ନେଇ ଯୁବକ ମାନେ କମ୍ପାନୀ ସହ ବିଭିନ୍ନ ଲୋକଙ୍କୁ ପଚରା ଉଚରା କରି ଜାଣିବାକୁ ପାଇଥିଲେ ଯେ ସେମାନେ ପାଇଥିବା ନିଯୁକ୍ତି ପତ୍ର ମିଥ୍ୟା ବୋଲି । ପରେ ଟଙ୍କା ଦେଇଥିବା ଯୁବକମାନେ ଟଙ୍କା ଫେରାଇବାକୁ ବାରମ୍ବାର କହିଥିଲେ ମଧ୍ୟ ସେ ଟଙ୍କା ନ ଫେରାଇବାରୁ ସମସ୍ତ ଯୁବକ ଗୋପାଳ ପ୍ରସାଦ ଥାନାର ଦ୍ୱାରସ୍ତ ହେବା ସହ ତିନି ଜଣ ଠକଙ୍କ ନାମରେ ଅଭିଯୋଗ କରିଥିଲେ । ପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଜଣେ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.