Malyagiri Express
Home/ଗୁରୁତ୍ୱପୂର୍ଣ୍ଣ/ଫ୍ରିଜରରୁ ପାନୀୟ ଜଳ ନେବା ବେଳେ ବିଦ୍ୟୁତ ଆଘାତରେ ଶ୍ରମିକ ଗୁରୁତର

ଫ୍ରିଜରରୁ ପାନୀୟ ଜଳ ନେବା ବେଳେ ବିଦ୍ୟୁତ ଆଘାତରେ ଶ୍ରମିକ ଗୁରୁତର

Malayagiri Express
Malayagiri ExpressApril 26, 2026in ଗୁରୁତ୍ୱପୂର୍ଣ୍ଣ
ଫ୍ରିଜରରୁ ପାନୀୟ ଜଳ ନେବା ବେଳେ ବିଦ୍ୟୁତ ଆଘାତରେ ଶ୍ରମିକ ଗୁରୁତର
0 likes0 comments

ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ପକ୍ଷରୁ ବିଭିନ୍ନ ଓ୍ଵାର୍ଡରେ ଲଗା ଯାଇଥିବା ଥଣ୍ଡାପାନୀୟ ଜଳ ଫ୍ରିଜର ଉପରେ ଵିଭାଗୀୟ ଅଧିକାରୀଙ୍କ ଗୁରୁତ୍ଵ ନାହିଁ । ତେବେ ଏହି ବେପରୁଆ ପାଇଁ ଗୋପାଳ ମଣ୍ଡପ ଠାରେ ଜଣେ ଶ୍ରମିକ ପାନୀୟ ଜଳ ଆଣୁଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଶ୍ରମିକ ଜଣଙ୍କ ଭୁବନ ଏନଏସି ଓ୍ବାର୍ଡ ନମ୍ବର ୧୨ ର ରବି ମଳିକ। ସେ ଜଣେ ଦିନ ମଜୁରିଆ । ମଜୁରୀଆ ଜଣଙ୍କ ଫ୍ରିଜରରୁ ଥଣ୍ଡାପାଣି ପିଇପାକୁ ଯାଇ ଫ୍ରୀଜରେ ହାତ ଲଗାଇ ପାଣି ଆଣିବା ବେଳେ ବିଦ୍ୟୁତ ଆଘାତରେ ଲାଗି ରହିଥିଲେ। ପାଖରେସଥିଵା ଲୋକମାନେ ରବି କୁ ଉଦ୍ଧାର କରି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅଧିକ ଗୁରୁତର ଥିବାରୁ ତାଙ୍କୁ ଢେଙ୍କାନାଳ ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରୀତ କରାଯାଇଛି । ତେବେ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଏନ ଏ ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଥଣ୍ଡା ପାନୀୟଜଳ ପ୍ରକଳ୍ପକୁ ସୁରକ୍ଷିତ ରଖିବା ସହିତ ବାରମ୍ବାର ଯାଞ୍ଚ ପାଇଁ କତୃପକ୍ଷ ଗୁରୁତ୍ଵ ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ଏ ସକ୍ରାନ୍ତରେ ଭୁବନ ଏ ନ ଏସି ନିର୍ଵାହୀ ଅଧିକାରୀ ପ୍ରଦତ୍ତ କୁମାର ସାହୁଙ୍କୁ ପଚାରୀଵାରୁ ସେ କହିଛନ୍ତି ଜଣେ ବ୍ୟକ୍ତିଙ୍କୁ ଏହାର ତଦାରଖ ଓ ବିଦ୍ୟୁତ ସଂଯୋଗ ଉପରେ ଯାଞ୍ଚ ପାଇଁ ଦାୟୀତ୍ବ ଦିଆଯାଇଛି । କେତେକ ଫ୍ରୀଜର ମରାମତି ସରିଯାଇଛି ବାକିଥିବା ଫ୍ରୀଜର ଗୁଡ଼ିକୁ ଯଥା ଶିଘ୍ର ମରାମତି ସହିତ ସମସ୍ତ ମେଣ୍ଟନାନ୍ସ କରାଯିବ ବୋଲି କହିଛନ୍ତି ।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.