Malyagiri Express
Home/ସର୍ବଶେଷ ଖବର/ବାଇକ୍ - ଟେମ୍ପୁ ମୁହାଁ ମୁହିଁ ଧକ୍କା, ଜଣେ ମୃତ, ଜଣେ ଗୁରୁତର

ବାଇକ୍ - ଟେମ୍ପୁ ମୁହାଁ ମୁହିଁ ଧକ୍କା, ଜଣେ ମୃତ, ଜଣେ ଗୁରୁତର

Malayagiri Express
Malayagiri ExpressApril 26, 2026in ସର୍ବଶେଷ ଖବର

ବାଇକ୍ - ଟେମ୍ପୁ ମୁହାଁ ମୁହିଁ ଧକ୍କା, ଜଣେ ମୃତ, ଜଣେ ଗୁରୁତର

ବାଇକ୍ - ଟେମ୍ପୁ ମୁହାଁ ମୁହିଁ ଧକ୍କା,  ଜଣେ ମୃତ, ଜଣେ ଗୁରୁତର
1 likes0 comments

ଢେ଼ଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା - ଆଲୁଅ ଝରଣ ପୂର୍ତ୍ତ ବିଭାଗ ରାସ୍ତା ର ବଡଜୋରା ନିକଟରେ ରବିବାର ରାତି ୮.୩୦ ରେ ଏକ ଟେମ୍ପୁ ସହିତ ବାଇକ୍ ମୁହାଁ ମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ ଘଟିଛି।ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ତରହତା ଗ୍ରାମର ପ୍ରଦୀପ ନାଏକ ଓ ସିଂଘମ ନାଏକ ମୋଟରସାଇକେଲ ଯୋଗେ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ବଡଯୁରା ନିକଟରେ ସମ୍ମୁଖରୁ ଆସୁଥିବା ଏକ ଟେମ୍ପୁ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସିଂଘମ ନାଏକ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରଦୀପ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନ୍ୟତ୍ର ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ପରଜଙ୍ଗ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ଦୁର୍ଘଟଣା ପରେ ଟେମ୍ପୁ ଟି ଫେରାର ହୋଇଯାଇଛି ।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.