Malyagiri Express
Home/ଅପରାଧ/୧୮ ଲକ୍ଷ ଟଙ୍କାର ଗଞ୍ଜେଇ ଓ ମାଫିଆକୁ ଗୋଡ଼ାଇ ଧରିଲା ଏସଟିଏଫ

୧୮ ଲକ୍ଷ ଟଙ୍କାର ଗଞ୍ଜେଇ ଓ ମାଫିଆକୁ ଗୋଡ଼ାଇ ଧରିଲା ଏସଟିଏଫ

Malayagiri Express
Malayagiri ExpressApril 25, 2026in ଅପରାଧ
୧୮ ଲକ୍ଷ ଟଙ୍କାର ଗଞ୍ଜେଇ ଓ ମାଫିଆକୁ ଗୋଡ଼ାଇ ଧରିଲା ଏସଟିଏଫ
0 likes0 comments

ରାଜ୍ୟରେ ନିଶା କାରବାର ବିରୋଧରେ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଏବଂ ହିନ୍ଦୋଳ ଥାନା ପୋଲିସ କୁ ପୁଣି ଏକ ବଡ଼ ସଫଳତା ମିଳିଛି। ଏକ ଗୁପ୍ତ ସୂଚନାକୁ ଭିତ୍ତି କରି ଏସଟିଏଫ୍‌ ଟିମ୍ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ କଂସରା ପଞ୍ଚାୟତ ଆମ୍ବିଠି ବନଦୁର୍ଗା ମନ୍ଦିର ନିକଟସ୍ଥ ରାସ୍ତାରେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏଥିରେ ମୁଖ୍ୟ ଗଞ୍ଜେଇ ମାଫିଆ ମାନେ ଖସି ଯାଇଥିବା ବେଳେ ଜଣେ ସହଯୋଗୀ ନିଶା ମାଫିଆକୁ ଗିରଫ କରିଛି। ସୂଚନା ଅନୁଯାୟୀ, ଏକ ମହିନ୍ଦ୍ରା ଏକ୍ସ ୟୁ ଭି କାର ଯୋଗେ ଫୁଲବାଣୀ ଅଞ୍ଚଳରୁ ଆସିଥିବା ବହୁ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଏସଟିଏଫ୍‌ ଟିମ୍‌କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏକ ମହିନ୍ଦ୍ରା ଏକ୍ସ ୟୁ ଭି ଗାଡ଼ିଟି ଜଙ୍ଗଲ ରାସ୍ତାରେ ଆନ୍ତଜିଲ୍ଲା ଗଞ୍ଜେଇ ମାଫିଆ ମାନଙ୍କ ସହିତ ଡିଲ ହେଉଥିବା ସମୟରେ ଏସ ଟି ଏଫ ଟିମ ତାକୁ ମାଡ଼ିବସିଥିଲା ତେବେ ଅନ୍ୟ ଗଞ୍ଜେଇ ମାଫିଆ ଦୁଇ ଜଣ ଖସି ପଳାଇବାରେ ସକ୍ଷମ ହୋଇଥିଲେ. ସେଥିରୁ ପ୍ରାୟ ୧ କୁଇଣ୍ଟାଲ ୫୩ କିଲୋଗ୍ରାମ ର ୬ ଟି ଗଞ୍ଜେଇ ପ୍ୟାକେଟ୍ ମିଳିଥିଲା। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୮ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏହି ଚଢ଼ାଉ ରେ ଏସ ଟି ଏଫ ଜିତୁ ମୋହନ ବେଶ୍ରା, ଅମିତ କୁମାର ବିଶ୍ୱାଳ ଙ୍କ ସମେତ ହିନ୍ଦୋଳ ଥାନା ଅଧିକାରିଣୀ ମମତା ସାମନ୍ତରାୟ ଏବଂ ଏସ ଟି ଏଫ ର ଅନ୍ୟ କର୍ମଚାରୀ ସାମିଲ ଥିଲେ ।

ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଚେପାଟିଗାଡ଼ିଆ ଗ୍ରାମର ଲିପୁ ନାୟକ ବୋଲି ସୂଚନା ମିଳିଛି ।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.