

୧୫ ଲକ୍ଷ ଚୋରି ମାମଲା ରେ ୫ ଦୁର୍ଦ୍ଦାନ୍ତ ଡକାୟତ ଗିରଫ ।
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଶାଳଗାଡିଆ ଗ୍ରାମ ପାଖରେ ଦିବାଲୋକରେ ଗତ ସୋମବାର ଦିନ ସକାଳ ୧୦ ଘଟିକା ସମୟରେ ୧୫,୮୪,୩୮୫ ଟଙ୍କା ଡକାୟତି ଅଭିଯୋଗରେ ବଅଁରପାଳ ପୋଲିସ୍ କୁ ମିଳିଛି ବଡ଼ ସଫଳତା । ପୋଲିସ ବିଭିନ୍ନ ଦିଗରୁ ଅନୁସନ୍ଧାନ କରି ରବିବାର ସକାଳ ସମୟରେ ୫ଜଣ କୁଖ୍ୟାତ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି। ସେମାନେ ହେଲେ ତଳମୂଳ ଶାସନ ର ସଚିନ ସେଠି(୨୨),ଭାଗବତପୁର ର ରାଜେନ୍ଦ୍ର ପରିଡା (୨୫), କୁସୁଣା ର ରୁଦ୍ର ନାଏକ (୧୯) ଓ ସୁଜିତ ନାଏକ (୨୯) ,ଭାଗବତପୁର ର ଡାକ୍ତର ପରିଡା (୨୭) l ସେମାନଙ୍କ ଠାରୁ ୨ ଟି ମଟରସାଇକେଲ,ଗୋଟିଏ ଚାପୁଡ଼ା, ୫ଟି ମୋବାଇଲ ଫୋନ ସହ ନଗଦ ୧୪,୮୫,୯୨୦ ଟଙ୍କା ଜବତ ହୋଇଛି ବୋଲି ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ସୂଚନା ଦେଇଛନ୍ତି l ସୂଚନା ଥାଉକି ଉକ୍ତ ୫ ଜଣ ଡକାୟତ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ଡକାୟତି ମାମଲାରେ ସଂଶ୍ଲିଷ୍ଟ ଅଛନ୍ତି l ଆରକ୍ଷୀ ଅଧିକ୍ଷକଙ୍କ ସୂଚନାନୁଯାୟୀ ରାଜେନ୍ଦ୍ର ପରିଡାଙ୍କ ଠାରୁ ୬,୦୦,୦୦୦ ଟଙ୍କା ସହ ଏକ ହିରୋ ମଟରସାଇକେଲ,ସୁଜିତ କୁମାର ନାଏକ ଠାରୁ ୫,୫୨,୪୨୦ ଟଙ୍କା,ଡାକ୍ତର ପରିଡା ଠାରୁ ୨,୪୫,୦୦୦ ଟଙ୍କା, ସଚିନ ସେଠି ଠାରୁ ୩୦,୦୦୦ ଟଙ୍କା ସହ ଏକ ୟାମାହା ମଟରସାଇକେଲ, ରୁଦ୍ର ନାଏକ ଠାରୁ ୫୮,୫୦୦ ଟଙ୍କା ଜବତ କରାଯାଇଛି l ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆରକ୍ଷୀ ଅଧିକ୍ଷକଙ୍କ ସୂଚନାନୂଜାୟୀ ଫ୍ଲିପକାର୍ଟ ସଂସ୍ଥାର ଜଣେ କର୍ମଚାରୀ ଡକାୟତ ଖବର ଯୋଗାଇଥିଲେ l ଏନେଇ କେସ ନମ୍ବର ୨୯୧/୨୬ରେ ୠଜୁହୋଇଥିବା ମାମଲାକୁ ଆଧାର କରି ଉକ୍ତ ୫ଜଣକୁ ଆଜି କୋର୍ଟ ଚାଲାଣ କରାଯାଇଛି l

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.